ରାଜ୍ୟ ସରକାର ଜାରି କଲା ବିଜ୍ଞପ୍ତି, ମହିଳା ଓ ଶିଶୁ ଅଧିକାରରେ ଦୃଢ଼ ପଦକ୍ଷେପ
ସୋଭନା ମହାନ୍ତି ମହିଳା କମିସନ ଅଧ୍ୟକ୍ଷ, ବବିତା ପାତ୍ର ଶିଶୁ ସୁରକ୍ଷା ଆୟୋଗ ଅଧ୍ୟକ୍ଷ ନିଯୁକ୍

ଭୁବନେଶ୍ୱର: ଓଡ଼ିଶା ସରକାର ଶୋଭନା ମହାନ୍ତିଙ୍କୁ ରାଜ୍ୟ ମହିଳା କମିସନର ଅଧ୍ୟକ୍ଷ ଭାବେ ଏବଂ ବବିତା ପାତ୍ରଙ୍କୁ ଶିଶୁ ସୁରକ୍ଷା ଆୟୋଗ ଅଧ୍ୟକ୍ଷ ଭାବେ ନିଯୁକ୍ତ କରିଛି। ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତି ଅନୁଯାୟୀ, ଶୋଭନା ମହାନ୍ତି ବାଲେଶ୍ବର ଜିଲ୍ଲା ରେମୁଣା ବ୍ଲକ ର କରଞ୍ଜିଆ ଗାଁର ଅବସିନ୍ନା ଓ ତିନି ବର୍ଷର ଅବଧି ପାଇଁ ଏହି ଦାୟିତ୍ୱ ଭାଗ ନେବେ।
ସୋଭନା ମହାନ୍ତି କହିଛନ୍ତି, “ପଦପାଇଁ ଆଶା କରିନଥିଲି, କିନ୍ତୁ ଦାୟିତ୍ୱ ମିଳିଥିବାରୁ ଖୁସି ଅନୁଭବ କରୁଛି। ନ୍ୟାୟ ପାଇଁ ଲଢ଼ିବି, ଦୋଷୀକୁ ଛାଡ଼ା ମିଳିବ ନାହିଁ।”
ଏହା ସହ ବ୍ରହ୍ମପୁର ମୟୂରବିହାର ନିବାସୀ ବବିତା ପାତ୍ର ଶିଶୁ ସୁରକ୍ଷା ଆୟୋଗ ଅଧ୍ୟକ୍ଷ ଭାବେ ନିଯୁକ୍ତ ହୋଇଛନ୍ତି। ସେ କହିଛନ୍ତି, “ମୁଁ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଉଛି। ଶିଶୁ ସୁରକ୍ଷା ନିମନ୍ତେ କଠୋର ବ୍ୟବସ୍ଥା ନିଆଯିବ। ଶିଶୁ ଚାଲାଣ, ଶ୍ରମ ଓ ନିର୍ଯାତନା ବନ୍ଦ କରିବା ପାଇଁ ପଦକ୍ଷେପ ନିଆଯିବ।”
ସରକାର ୬ ଜଣ ଅନ୍ୟାନ୍ୟ ସଦସ୍ୟଙ୍କୁ ମଧ୍ୟ ମହିଳା ଓ ଶିଶୁ ଆୟୋଗରେ ନିଯୁକ୍ତି କରିଛି।
What's Your Reaction?






