ବାଲିହରଚଣ୍ଡୀରେ ଛାତ୍ରୀ ଗଣଦୁଷ୍କର୍ମ ମାମଲା
ସମସ୍ତ ଅଭିଯୁକ୍ତ ଗିରଫ

ଭୁବନେଶ୍ୱର : ପୁରୀ ଜିଲ୍ଲାର ପ୍ରସିଦ୍ଧ ବାଲିହରଚଣ୍ଡୀ ପୀଠ ନିକଟରେ ଘଟିଥିବା ଛାତ୍ରୀ ଗଣଦୁଷ୍କର୍ମ ମାମଲାରେ ପୁଲିସ ଚାରିଜଣ ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇଛି। ମୁଖ୍ୟ ଅଭିଯୁକ୍ତ ମନୋଜ ବେହେରାକୁ ଆନ୍ଧ୍ରପ୍ରଦେଶରୁ ଗିରଫ କରାଯାଇଛି। ଅନ୍ୟ ଅଭିଯୁକ୍ତମାନେ ହେଲେ ଶିବ ସାହୁ ଓ କାଳିଆ ବେହେରା।
ଦ୍ବିତୀୟ ବର୍ଷରେ ପଢ଼ୁଥିବା ଛାତ୍ରୀ ତାଙ୍କ ପୁରୁଷ ବନ୍ଧୁଙ୍କ ସହିତ ବାଲିହରଚଣ୍ଡୀ ପୀଠକୁ ଦର୍ଶନ ପାଇଁ ଯାଇଥିଲେ। ପରେ ସେମାନେ ନିକଟସ୍ଥ ସମୁଦ୍ରତଟକୁ ଜଙ୍ଗଲ ଦେଇ ପହଞ୍ଚିଥିବା ବେଳେ ଅଭିଯୁକ୍ତ କାଳିଆ ବେହେରା ଓ ଶିବ ସାହୁ ସେଠାରେ ପହଞ୍ଚି ଉଭୟଙ୍କୁ ବ୍ଲାକ୍ମେଲ କରିଥିଲେ। ୨ ହଜାର ଟଙ୍କା ଛଡ଼ାଇ ନେଇ, ପୀଡ଼ିତାଙ୍କ ପୁରୁଷ ବନ୍ଧୁଙ୍କୁ ଗଛରେ ବାନ୍ଧି, ଛାତ୍ରୀଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି ।
ଏହାପରେ, ଦୁଇଜଣ ଅଭିଯୁକ୍ତ ଅନ୍ୟ ଦୁଇ ସାଥୀଙ୍କୁ ଡାକି, ପୀଡ଼ିତା ଓ ତାଙ୍କ ପୁରୁଷ ବନ୍ଧୁଙ୍କୁ ସଂଘବଦ୍ଧ ଆକ୍ରମଣ କରିଥିଲେ। ଏଥିରେ ଉଭୟ ଆହତ ହୋଇଥିଲେ।
ପ୍ରଥମେ ଖବର ପ୍ରଚାରିତ ହେଲେ ମଧ୍ୟ ସଦର ଏସଡିପିଓ ଏହାକୁ ସ୍ୱୀକାର କରିନଥିଲେ। କିନ୍ତୁ ପୀଡ଼ିତା ଥାନାରେ ଲିଖିତ ଅଭିଯୋଗ ଦାଖଲ କରିବା ପରେ ପୁଲିସ ମାମଲା ରୁଜୁ କରିଥିଲା।
ଦୁଇଜଣ ଅଭିଯୁକ୍ତଙ୍କୁ ଘଟଣାପରେ ସତ୍ୟବାଦୀରୁ ଧରାଯାଇଥିଲା। ଅନ୍ୟ ଦୁଇଜଣଙ୍କୁ ଧରିବା ପାଇଁ ବିଶେଷ ଟିମ୍ ଗଠନ କରାଯାଇଥିଲା। ବର୍ତ୍ତମାନ ସମସ୍ତ ଚାରିଜଣ ପୁଲିସର ଜାଲରେ ପଡ଼ିଛନ୍ତି।
What's Your Reaction?






