ମନମୋହନ ସାମଲ ପୁନଃ ରାଜ୍ୟ ବିଜେପି ସଭାପତି
ଏକମାତ୍ର ନାମାଙ୍କିତ ପ୍ରାର୍ଥୀ ଭାବେ ମନମୋହନଙ୍କ ବିଜୟ ସୁନିଶ୍ଚିତ, କାଲି ଘୋଷଣା ହେବ ଔପଚାରିକ ଭାବେ

ଭୁବନେଶ୍ୱର: ମନମୋହନ ସାମଲ ଶନିବାର ରାଜ୍ୟ ବିଜେପି ସଭାପତି ପଦ ପାଇଁ ନାମାଙ୍କନ ଦାଖଲ କରିଛନ୍ତି। ନିର୍ଦ୍ଧାରିତ ସମୟ ମଧ୍ୟରେ ଆଉ କେହି ନାମାଙ୍କନ ନଭରିଥିବାରୁ ସେ ଏକମାତ୍ର ପ୍ରାର୍ଥୀ ଭାବେ ମନ୍ୟତା ପାଇଛନ୍ତି। ଫଳସ୍ୱରୂପ, ତାଙ୍କର ରାଜ୍ୟ ସଭାପତି ହେବା ସ୍ଥିର ହୋଇଯାଇଛି। ଆସନ୍ତାକାଲି ଗଭିର ୧୧ଟାରେ ତାଙ୍କ ବିଜୟ ଘୋଷଣା ହେବ ଔପଚାରିକ ଭାବେ।
ମନମୋହନଙ୍କ ଦକ୍ଷତା, ବୁଥ୍ ସ୍ତରର ସଂଗଠନ ମଜବୁତି, ଓ କେନ୍ଦ୍ରୀୟ ନେତୃତ୍ୱର ଭରସା ତାଙ୍କୁ ପୁନଃ ଦାୟିତ୍ୱ ମିଳିବାର ପଛରେ ମୁଖ୍ୟ କାରଣ। ତେଣୁ ଓବିସି ଗୋଷ୍ଠୀର ପ୍ରତିନିଧି ଭାବରେ ମନମୋହନ ସାମଲ ଆଗାମୀ ନିର୍ବାଚନ ପାଇଁ ବିଜେପି ପାଇଁ ଗୁରୁତ୍ୱପୂର୍ଣ୍ଣ ହେବେ।
What's Your Reaction?






