ଭୁବନେଶ୍ୱରରେ ଆଜିଠାରୁ ଆରମ୍ଭ ହେଲା ଅଜନ୍ତା ସର୍କସ

ରଜ ପର୍ଯ୍ୟନ୍ତ ଚଲିବ ସୋ, ଦର୍ଶକଙ୍କ ପାଇଁ ରୋମାଞ୍ଚ ଓ ମନୋରଞ୍ଜନର ବ୍ୟବସ୍ଥା

May 17, 2025 - 15:44
 0  1
ଭୁବନେଶ୍ୱରରେ ଆଜିଠାରୁ ଆରମ୍ଭ ହେଲା ଅଜନ୍ତା ସର୍କସ

ଭୁବନେଶ୍ୱର, ମେ ୧୮: ରାଜଧାନୀ ନିବାସୀଙ୍କ ପାଇଁ ଏକ ଖୁସି ଖବର—ଆଜିଠାରୁ ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆରେ ଆରମ୍ଭ ହେଲା ପ୍ରସିଦ୍ଧ ଅଜନ୍ତା ସର୍କସ । ଗତ କିଛି ବର୍ଷ ଧରି ଦୂରେ ରହିଥିବା ସର୍କସ ମଞ୍ଚ ଏବେ ଏଠାରେ ଫେରିଛି ଏବଂ ଦର୍ଶକଙ୍କ ପାଇଁ ନେଇଆସିଛି ଚିତ୍ତାକର୍ଷକ ସୋ ଓ ହସିଉଠା ଅନୁଭୂତି।

ଆଜି ସନ୍ଧ୍ୟା ୭:୩୦ରେ ପ୍ରଥମ ସୋ ଅନୁଷ୍ଠିତ ହେବ। ଏହି ସର୍କସ ରଜ ଅବଧି ପର୍ଯ୍ୟନ୍ତ ଚାଲିଥିବାର ସୂଚନା ମିଳିଛି। ଦିନକୁ ୩ଟି ସୋ ରଖାଯାଇଛି—ଦିନ ୩ଟାରେ ପ୍ରଥମ ସୋ, ସଂଧ୍ୟା ୫:୩୦ରେ ଦ୍ଵିତୀୟ ଓ ରାତି ୮ଟାରେ ତୃତୀୟ ସୋ। ପ୍ରତ୍ୟେକ ସୋ ଦୁଇ ଘଣ୍ଟା ସମୟ ଧରି ଚାଲିବ।

ଅଜନ୍ତା ସର୍କସର ଏବାର ଉପସ୍ଥାନ ରଉଛି ଅଧିକ ରୋମାଞ୍ଚକର। ଏଥିରେ ରୋପ ସର୍କସ, ଗ୍ଲୋବ ବାଇକ୍, ଇଥୋପିଆ ଓ ରୁଷିଆର କଳାକାରଙ୍କ ସ୍ପେସିଆଲ ପରିଫର୍ମାନ୍ସ ଦେଖିବେ ଦର୍ଶକ। ତାସହିତ ଜୋକରଙ୍କ ହସାନ୍ତା କ୍ଳାଉନ ଅଭିନୟ ଦର୍ଶକଙ୍କ ହସେଇ ହସେଇ ଭରିଦେବ ମଞ୍ଚ।

ସର୍କସ ମ୍ୟାନେଜରଙ୍କ ଅନୁସାରେ, ସମସ୍ତ ସୁବିଧା ଓ ସୁରକ୍ଷା ବ୍ୟବସ୍ଥା ରଖାଯାଇଛି। ରାଜଧାନୀବାସୀ ଓ ଶିଶୁଙ୍କ ପାଇଁ ଏହା ହେବ ଏକ ଅବିସ୍ମରଣୀୟ ଅନୁଭୂତି।

What's Your Reaction?

like

dislike

love

funny

angry

sad

wow