ଟ୍ରାଫିକ୍ ଜାମ୍‌ ମଧ୍ୟରେ ଭାଙ୍ଗିଗଲା ୪୩ ବର୍ଷ ପୁରୁଣା ବ୍ରିଜ୍, ଗୁଜୁରାଟରେ ଆଠ ମୃତ

ମହିସାଗର ନଦୀ ଉପରେ ଥିବା ପୁରୁଣା ପୋଲ ଆକସ୍ମିକ ଭାଙ୍ଗିଯିବାରୁ ଟ୍ରକ୍, ପିକଅପ୍ ଭ୍ୟାନ୍ ଏବଂ ଅନେକ ଗାଡ଼ି ନଦୀରେ ଖସିଗଲା, ଉଦ୍ଧାର କାର୍ଯ୍ୟ ଜାରି

Jul 9, 2025 - 11:46
 0  0
ଟ୍ରାଫିକ୍ ଜାମ୍‌ ମଧ୍ୟରେ ଭାଙ୍ଗିଗଲା ୪୩ ବର୍ଷ ପୁରୁଣା ବ୍ରିଜ୍, ଗୁଜୁରାଟରେ ଆଠ ମୃତ

ଭୁବନେଶ୍ୱର : ଗୁଜୁରାଟର ମହିସାଗର ଜିଲ୍ଲା ଅବସ୍ଥିତ ଏକ ପୁରୁଣା ବ୍ରିଜ୍ ସକାଳ ୮.୩୦ ବେଳେ ଭାଙ୍ଗିପଡ଼ିଥିଲା, ଯେଉଁବେଳେ ବ୍ରିଜ୍ ଉପରେ ଟ୍ରାଫିକ୍ ଜାମ୍ ଲାଗିଥିଲା। ବ୍ରିଜ୍‌ର ମଝି ଅଂଶ ଭାଙ୍ଗି ଯିବାରୁ , ଟ୍ରକ୍ ଓ ଗୋଟିଏ ପିକଅପ୍ ଭ୍ୟାନ୍ ସହ ଅନେକ ଗାଡ଼ି ନଦୀରେ ଖସିପଡ଼ିଛି।

ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ବ୍ରିଜ୍ ଉପରେ ଥିବା ଲୋକମାନେ ଆତଙ୍କିତ ହୋଇଛନ୍ତି ଓ ଅନେକ ଲୋକ ଅଳ୍ପତେ ରକ୍ଷା ପାଇଛନ୍ତି। ଏହି ଦୁଘଟଣାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି, ଯେଉଁଥିରେ ଏକ ଟ୍ୟାଙ୍କର ସହ ବ୍ରିଜ୍‌ର ଅଧା ଅଂଶ ଝୁଲି ରହିଥିବା ଦେଖାଯାଉଛି।

ସ୍ଥାନୀୟ ପ୍ରଶାସନ ଓ ଉଦ୍ଧାର ଦଳ ଘଟଣାସ୍ଥଳରେ ପହଞ୍ଚି ନଦୀରେ ଖସିଥିବା ଲୋକଙ୍କୁ ବାହାର କରିବା ଉଦ୍ୟମ ଚାଲାଉଛନ୍ତି। ଏପର୍ଯ୍ୟନ୍ତ ୮ ଜଣଙ୍କ ମୃତ୍ୟୁ ହୋଇଥିବା ନିଶ୍ଚିତ ହୋଇଛି ବୋଲି ସୂତ୍ର ଦେଖାଉଛି। ବ୍ରିଜ୍‌ଟି ୪୩ ବର୍ଷ ପୁରୁଣା ଥିବା ଜଣାପଡ଼ିଛି, ଯାହା ରକ୍ଷାଣାବେକ୍ଷଣ ଓ ନବୀନୀକରଣ ନ ହେବାକୁ ନେଇ ଏବେ ପ୍ରଶ୍ନ ଉଠୁଛି।

What's Your Reaction?

like

dislike

love

funny

angry

sad

wow