ଢାକାରେ ବାଂଲାଦେଶ ବାୟୁସେନାର ଏକ ଏଫ୍-୭ ଜେଟ୍ ଦୁର୍ଘଟଣାଗ୍ରସ୍ତ, ୧୯ ମୃତ
ମାଇଲଷ୍ଟୋନ୍ କଲେଜ ଉପରେ ଧକ୍କା ମାରି ଜଳିଗଲା ତାଲିମ ଦେଉଥିବା ବିମାନ, ବହୁ ଲୋକ ଗୁରୁତର

ଭୁବନେଶ୍ୱର : ଏକ ଦୁଃଖଦ ଘଟଣାରେ ବାଂଲାଦେଶ ବାୟୁସେନାର ତାଲିମ ଦେଉଥିବା ଏଫ୍-୭ ଏକ ଯୁଦ୍ଧ ବିମାନ ଆଜି ଡିଉଟି ଦେଇ ଡାକା ର ଉତ୍ତରା ଅଞ୍ଚଳରେ ଦୁର୍ଘଟଣାଗ୍ରସ୍ତ ହୋଇ ଆଗ ଲାଗିଯାଇଛି। ଦୁର୍ଘଟଣା ସମୟରେ ବିମାନଟି ମାଇଲଷ୍ଟୋନ୍ କଲେଜର ଉପରେ ଧକ୍କା ମାରିଥିବା ଥିବା ଥାରୁ ଏପରି ଦୁର୍ଘଟଣା ଘଟିଛି ବୋଲି ପ୍ରାରମ୍ଭିକ ରିପୋର୍ଟ ଜଣାଉଛି।
ଭାରତୀୟ ସମୟାନୁସାରେ ଦିନ ୧ଟା ସମୟରେ ଘଟିଥିବା ଏହି ଦୁର୍ଘଟଣାରେ ପ୍ରଥମେ ଜଣେ ମୃତ୍ୟୁ ହୋଇଥିବା କୁହାଯାଇଥିଲେ ବର୍ତ୍ତମାନ ସେହି ସଂଖ୍ୟା ବୃଦ୍ଧି ପାଇଁ ୧୯ ଜଣ ହୋଇଛି।
ଘଟଣା ସ୍ଥଳକୁ ଆଠଟି ୟୁନିଟ୍ ଅଗ୍ନିଶମ ବାହିନୀ, ସେନା କର୍ମଚାରୀ ଏବଂ ସିଭିଲ ଡିଫେନ୍ସ ଟିମ୍ ଆସି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି। ଦୁର୍ଘଟଣା କାରଣ ଏବଂ ବିସ୍ତୃତ ପରିସ୍ଥିତି ବିଷୟରେ ତଦନ୍ତ ଜାରି ରହିଛି।
What's Your Reaction?






