ବାରିପଦାରେ ଘରେ ପଶି ମହିଳାଙ୍କୁ ଛୁରା ମାଡ଼ , ଗୁରୁତର ଅବସ୍ଥାରେ ମେଡିକାଲ୍ରେ ଭର୍ତ୍ତି
ଝିଅକୁ ମାରିବା ଉଦ୍ୟମ ବେଳେ , ମାଆ ବଞ୍ଚାଇବାକୁ ଯାଇ ଛୁରି ଘାତରେ ଆହତ

ଭୁବନେଶ୍ୱର : ମୟୂରଭଞ୍ଜ ଜିଲ୍ଲା ବାରିପଦା ଭଞ୍ଜପୁର ଥାନା ଅନ୍ତର୍ଗତ ମୁର୍ଗାବାଡ଼ି ଅଞ୍ଚଳରେ ସୋମବାର ପୂର୍ବାହ୍ନ ୧୧ଟା ସମୟରେ ଏକ ଭୟାନକ ଘଟଣା ଘଟିଛି। ଏଥିରେ ଏକ ଅଜଣା ଦୁର୍ବୃତ୍ତ ଘରେ ପଶି ଜଣେ ମହିଳାଙ୍କୁ ଛୁରି ମାଡ଼ ଦେଇ ଗୁରୁତର ଆହତ କରିଛି। ଆହତା ହେଉଛନ୍ତି ମମତା ସାହୁ, ସ୍ୱାମୀ ସମୀର ସାହୁ। ତାଙ୍କୁ ଗମ୍ଭୀର ଅବସ୍ଥାରେ ବାରିପଦା ପିଆର୍ଏମ୍ ମେଡିକାଲ୍ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ସୂଚନା ଅନୁଯାୟୀ, ଦୁର୍ବୃତ୍ତ ଜଣେ ଗାମୁଛା ମୁହଁରେ ଢାଙ୍କି ଘରକୁ ପଶିଥିଲେ। ତାଙ୍କୁ ଦେଖି ମହିଳା ଚିତ୍କାର କରିବାରୁ ସେ ଘରେ ଥିବା ଝିଅକୁ ଛୁରି ମାଡ଼ ଦେଇ ହତ୍ୟା କରିବା ଚେଷ୍ଟା କରିଥିଲେ। ମାଆ ଝିଅକୁ ଉଦ୍ଧାର କରିବାକୁ ଯାଉଥିବା ବେଳେ ଦୁର୍ବୃତ୍ତ ମହିଳାଙ୍କ ଉପରେ ଛୁରି ମାଡ଼ କରିଥିଲେ। ଏଥିରେ ତାଙ୍କ ହାତ ଓ ଆଙ୍ଗୁଳିରେ ଗଭୀର ଘାଉ ହୋଇଛି।
ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ଏବଂ ଦୁର୍ବୃତ୍ତଙ୍କୁ ଧରିବା ପାଇଁ ଅଞ୍ଚଳରେ ତଲାସି ଜାରି ରଖିଛି।
What's Your Reaction?






