ଗ୍ଲୋରୀ ଆଣ୍ଡ ଗ୍ଲା୍ଭିସ ଟ୍ରଷ୍ଟ ପକ୍ଷରୁ ପ୍ରସାଦ ସେବନ ବ୍ୟବସ୍ଥା
ଖୁଦୁରୁକୁଣୀ ପୂଜାରେ ପ୍ରସାଦ ସେବନ ଓ ଦହି ସର୍ବତ ବିତରଣ କାର୍ଯ୍ୟକ୍ରମ

ଭୁବନେଶ୍ୱର: ବିଜିଗୋଳ ଅନ୍ତର୍ଗତ ନୁଆ ସାହି ଖୁଦୁରୁକୁଣୀ ପୂଜା କମିଟି ଠାରେ ଗ୍ଲୋରୀ ଆଣ୍ଡ ଗ୍ଲା୍ଭିସ ଟ୍ରଷ୍ଟ ପକ୍ଷରୁ ଖୁଦୁରୁକୁଣୀ ପୂଜା ଅବସରରେ ପ୍ରାୟ ୫୦୦ ରୁ ଉର୍ଦ୍ଧ ଭକ୍ତମାନଙ୍କ ପାଇଁ ବିଶେଷ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା । ଦିନ ୩ଟାରେ ଦହି ସର୍ବତ ବଣ୍ଟନ ହେବା ସହିତ ସନ୍ଧ୍ୟା ୭.୩୦ରୁ ପ୍ରସାଦ ସେବନ ବ୍ୟବସ୍ଥା ହୋଇଥିଲା ।
କମିଟିର ଅଧ୍ୟକ୍ଷ ଜଗନ୍ନାଥ ସାହୁ କହିଛନ୍ତି, “ଭକ୍ତମାନଙ୍କ ଆସା-ପ୍ରତ୍ୟାସା ମେଟାଇବା ପାଇଁ ଏବର୍ଷ ବିଶେଷ ବ୍ୟବସ୍ଥା କରାଯାଇଛି। ସମସ୍ତଙ୍କ ସହଭାଗୀତାରେ ପୂଜାଟି ସଫଳ ହୋଇଛି ।”
ଏହି ବର୍ଷର ପୂଜା କାର୍ଯ୍ୟକ୍ରମରେ କମିଟି ଅଧ୍ୟକ୍ଷ ଜଗନ୍ନାଥ ସାହୁଙ୍କ ନେତୃତ୍ୱରେ ସଦସ୍ୟମାନେ— ଅନିଲ ସାହୁ, ମୋଙ୍ଗରାଜ ସାହୁ, ରାହୁଲ ସାହୁ, ସୁନିଲ ପ୍ରଧାନ, କ୍ରିଷ୍ଣା ଭୁଟିଆ, ସାନୁ ସାହୁ ଓ ସୋମିରା କୁମାର ସାହୁ ଆଦି ପ୍ରସାଦ ବ୍ୟବସ୍ଥାକୁ ସଫଳ କରିବାରେ ସହାୟତା କରିଥିଲେ।
ସ୍ଥାନୀୟ ଲୋକମାନେ କହିଛନ୍ତି, କମିଟି କେବଳ ପୂଜାରେ ନୁହେଁ, ବର୍ଷ ସାରା ସାମାଜିକ ଓ ଦାୟିତ୍ୱମୂଳକ କାର୍ଯ୍ୟରେ ସଚେତନ ରହିଥାନ୍ତି। ବିଭିନ୍ନ ସାମାଜିକ ସେବା, ଯୁବମାନଙ୍କୁ ସମାଜସେବାରେ ପ୍ରେରିତ କରିବା ଓ ଏକତା ସୃଷ୍ଟି କରିବାରେ ଏହି ଟ୍ରଷ୍ଟ ଅଗ୍ରଣୀ।
ଭକ୍ତମାନେ ବିଶ୍ୱାସ କରୁଛନ୍ତି ଯେ, ଖୁଦୁରୁକୁଣୀ ପୂଜାରେ ଆୟୋଜିତ ପ୍ରସାଦ ସେବନ କେବଳ ଧାର୍ମିକ ଆଚାରର ଅଂଶ ନୁହେଁ, ଏହା ସାମୁଦାୟିକ ସମ୍ମିଳନ ଓ ସାମାଜିକ ସମନ୍ୱୟର ଏକ ସୁନ୍ଦର ମଞ୍ଚ।
What's Your Reaction?






