ଜାତୀୟ ହସ୍ତତନ୍ତ ଦିବସ ଉପଲକ୍ଷେ ଏକତା ଉତ୍ସବ
ଅଗଷ୍ଟ ୭ରୁ ମେଗା ପ୍ରଦର୍ଶନୀ, ମାଧୁରୀ ଦୀକ୍ଷିତ ଉଦ୍ଘାଟନରେ ଯୋଗଦେବେ

ଭୁବନେଶ୍ୱର: ଅଗଷ୍ଟ ୭ରୁ ୧୩ ପର୍ଯ୍ୟନ୍ତ ରାଜ୍ୟ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ପକ୍ଷରୁ ଜନତା ମଇଦାନରେ ମେଗା ହସ୍ତଶିଳ୍ପ ପ୍ରଦର୍ଶନୀ ଓ ଏକତା ଉତ୍ସବ ଆୟୋଜିତ ହେବ। ଅଗଷ୍ଟ ୭ ତାରିଖରେ ଜାତୀୟ ହସ୍ତତନ୍ତ ଦିବସର ଉଦ୍ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଏହି କାର୍ଯ୍ୟକ୍ରମରେ ବଲିଉଡ୍ ଅଭିନେତ୍ରୀ ମାଧୁରୀ ଦୀକ୍ଷିତ ବିଶେଷ ଅତିଥି ଭାବେ ଯୋଗ ଦେବେ।
ଏକତା ଉତ୍ସବରେ ଦିନେ ଦିନେ ସାଂସ୍କୃତିକ କାର୍ଯ୍ୟକ୍ରମ, ଓଡ଼ିଶୀ ଓ ଲୋକନୃତ୍ୟ, ଫ୍ୟାସନ୍ ଓ ଲେଜର୍ ଶୋ ହେବ। ପ୍ରଦର୍ଶନୀରେ ୬୦ଟି ଷ୍ଟଲ, ଫୁଡ୍ କୋର୍ଟ, ପ୍ଲେ ଜୋନ୍ ଓ ବିଶେଷ କାର୍ଯ୍ୟଶାଳା ରହିବ। ୧୫୦୦ ରୁ ଅଧିକ ବୁଣାକାର ଓ ୮ରୁ ଅଧିକ ରାଜ୍ୟର କାରିଗର ଅଂଶଗ୍ରହଣ କରିବେ।
ବୟନ ଶିଳ୍ପ ଅଭିବୃଦ୍ଧି ପାଇଁ କ୍ରେତା-ବିକ୍ରେତା ମିଳନୀ, ଡିଜାଇନର୍-କାରିଗର ଅଧିବେଶନ ଏବଂ ପୁରସ୍କାର ବିତରଣ କରାଯିବ।
What's Your Reaction?






