ନିଜ ଭକ୍ତଙ୍କୁ ବି ବଞ୍ଚାଇପାରିଲେନି ଭୋଳାଶଙ୍କର

ଦେଓଘର ଦୁର୍ଘଟଣା : ୧୮ କାଉଡିଆ ମୃତ

Jul 29, 2025 - 16:14
 0  0
ନିଜ ଭକ୍ତଙ୍କୁ ବି ବଞ୍ଚାଇପାରିଲେନି ଭୋଳାଶଙ୍କର

ଭୁବନେଶ୍ୱର : ଦେଓଘର ବୈଦନାଥ ଧାମରୁ ପାଣି ଢାଳି ଫେରୁଥିବା ବେଳେ ଆଜି ଭୋର ୪:୩୦ ଟାରେ ଝାଡ଼ଖଣ୍ଡରେ ଘଟିଥିବା ଭୟଙ୍କର ସଡ଼କ ଦୁର୍ଘଟଣାରେ ୧୮ କାଉଡ଼ିଆ ଜୀବନ ହରାଇଛନ୍ତି। ବସ୍ ଓ ଟ୍ରକ୍ ମଧ୍ୟରେ ହୋଇଥିବା ଧକ୍କାରେ ଆଉ ୨୦ ଠାରୁ ଅଧିକ ଭକ୍ତ ଗୁରୁତର ଆହତ ହୋଇଛନ୍ତି।

ଏହି କାଉଡ଼ିଆମାନେ ଅପାର ଭକ୍ତି ସହିତ ଖାଲିପାଦେ ଶିବ ଶରଣକୁ ଗଲେ, ଶିବନାମ ଧରି କଷ୍ଟ କାଟି ଜଳ ଅର୍ପିଲେ—ତଥାପି ମୃତ୍ୟୁ ସେମାନଙ୍କୁ ବାଟରେ ଧରି ନେଲା। ଦୁର୍ଘଟଣାର କାରଣ ସ୍ପଷ୍ଟ ନ ହେଲେ ମଧ୍ୟ, ଡ୍ରାଇଭରଙ୍କ ନିଶା ବା ଆଖି ଲାଗିବା ସନ୍ଦେହ ବ୍ୟକ୍ତ ହେଉଛି।

ଏ ଦୁର୍ଘଟଣା କେବଳ ପରିବାର ନୁହେଁ, ସମସ୍ତ ଭୋଳାଭକ୍ତଙ୍କ ମନକୁ ମୁକୁଳି ଦେଇଛି। ଏବେ ପ୍ରଶ୍ନ ଏହା—ଏଭଳି ଭକ୍ତି ସତ୍ତ୍ୱେ କାହିଁକି ଏମିତି ମୃତ୍ୟୁ? ବ୍ୟବସ୍ଥାର ଅଭାବ କି ବିପଦର ନିୟତି?

What's Your Reaction?

like

dislike

love

funny

angry

sad

wow