ତାଳଚରେ ବସ୍ ଚଳାଚଳ ବନ୍ଦ: ରାସ୍ତା ଦୂରବସ୍ଥା ପ୍ରତିବାଦରେ ଆନ୍ଦୋଳନ
ଗୋଡିବନ୍ଧ–ଵଅଁରପାଳ ରାସ୍ତା ଅବସ୍ଥା ନେଇ ଅନିର୍ଦ୍ଦିଷ୍ଟ କାଳ ଯାଏ ବସ୍ ବନ୍ଦ

ଭୁବନେଶ୍ୱର : ଆଜିଠୁ ତାଳଚର ବସ୍ ମାଲିକ ସଂଘ ତାଙ୍କ ଦାବି ନେଇ ଆନ୍ଦୋଳନରେ ବସିଛି। ଗୋଡିବନ୍ଧ ଠାରୁ ବଅଁରପାଳ ପର୍ଯ୍ୟନ୍ତ ରାସ୍ତାର ଜର୍ଜର ଅବସ୍ଥା ଓ ଦୈନିକ ଦୁର୍ଘଟଣା ଘଟିବାରେ ଚିନ୍ତା ବ୍ୟକ୍ତ କରି ସଂଘ ବସ୍ ଚଳାଚଳ ବନ୍ଦ କରିଛି।
୧୪୯ ଓ ୫୩ ନମ୍ବର ଜାତୀୟ ରାଜପଥରେ ବଡ ଗାତ ଓ ବର୍ଷା ହେଲେ ପାଣି ଜମିବା ଫଳରେ ଦୈନିକ ଛୋଟ ବଡ ଦୁର୍ଘଟଣା ଘଟୁଛି। ଏ ନେଇ ଉପଜିଲ୍ଲାପାଳଙ୍କୁ ଜଣାଇ ଦିଆଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ପଦକ୍ଷେପ ନିଆଯାଇନାହିଁ।
ଏହି ଆନ୍ଦୋଳନକୁ ଟାଟା ମ୍ୟାଜିକ ସଂଘ ଓ ବିଭିନ୍ନ ବଣିକ ସଂଘ ସମର୍ଥନ ଜଣାଇଛନ୍ତି। ସଂଘ ପକ୍ଷରୁ ସୁଚନା ମିଳିଛି ଯେ ଯେପର୍ଯ୍ୟନ୍ତ ରାସ୍ତା ମରାମତି ନହେବ, ବସ୍ ଚଳାଚଳ ବନ୍ଦ ରହିବ।
What's Your Reaction?






