ଉତ୍କଳ ବିଶ୍ବବିଦ୍ୟାଳୟ କ୍ୟାମ୍ପସ୍ରେ ଛାତ୍ର ଗୋଷ୍ଠୀ ମଧ୍ୟରେ ମୁହାଁ ମୁହିଁ
ନିର୍ବାଚନ ପୂର୍ବରୁ ପତିଆରା ଦାବିକୁ କେନ୍ଦ୍ର କରି ଉତ୍ତେଜନା ବଢ଼ିଲା

ଭୁବନେଶ୍ୱର : ଉତ୍କଳ ବିଶ୍ବବିଦ୍ୟାଳୟ କ୍ୟାମ୍ପସ୍ ଛାତ୍ର ସଂସଦ ନିର୍ବାଚନ ପୂର୍ବରୁ ଅଶାନ୍ତ ହୋଇପଡ଼ିଛି। ଏବିଭିପି ଓ ବିଜେପି ଯୁବମୋର୍ଚ୍ଚା ସମର୍ଥକ ଛାତ୍ର ଗୋଷ୍ଠୀ ମଧ୍ୟରେ ପତିଆରା ଦାବିକୁ ନେଇ ମୁହାଁମୁହିଁ ଘଟିଛି। ଆକ୍ରମଣ-ପ୍ରତିଆକ୍ରମଣରେ ୫ରୁ ଅଧିକ ଛାତ୍ର ଓ ଅଣଛାତ୍ର ଆହତ, ଜଣଙ୍କ ଅବସ୍ଥା ଗୁରୁତର। ସେମାନଙ୍କୁ ପ୍ରଥମେ କ୍ୟାପିଟାଲ ହସ୍ପିଟାଲ ଓ ପରେ ଏମ୍ସକୁ ସ୍ଥାନାନ୍ତର କରାଯାଇଛି।
ଏବିଭିପି ଦ୍ୱାରା ଆୟୋଜିତ ‘ସେନା ପାଇଁ ରାଖୀ’ କାର୍ଯ୍ୟକ୍ରମକୁ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ବିରୋଧ ହେବା ପରେ ଦୁଇ ପକ୍ଷରେ ବିବାଦ ଭୟଙ୍କର ରୂପ ଧାରଣ କରିଥିଲା। ଜଣେ ଛାତ୍ରୀଙ୍କ ଉପରେ ଅପମାନଜନକ କମେଣ୍ଟ ହେବା ପରେ ସେଠି ମାରାମାରି ହେବା ଜଣାପଡ଼ିଛି।
ସହିଦନଗର ଥାନା ପୁଲିସ ପହଞ୍ଚି ଦୁଇଟି ମାମଲା ରୁଜୁ କରିଛି ଓ ତଦନ୍ତ ଜାରି ରଖିଛି। ଏବେ କ୍ୟାମ୍ପସ୍ରେ ବ୍ୟାପକ ପୁଲିସ ମୁତୟନ ଓ ସିସିଟିଭି ଯାଞ୍ଚ ଚାଲିଛି।
What's Your Reaction?






