ଟଙ୍କା ପଛରେ ଲୁଚିଗଲା ମମତା
୧୮, ୦୦୦ ଟଙ୍କା ପାଇଁ ଶିଶୁପୁତ୍ର ବିକିଦେବା ଘଟଣାରେ ଅସହାୟ ପିତା ସରକାରୀ ସହାୟତା ଲୋଡିଲେ, ଘଟଣାର ତଦନ୍ତ ଆରମ୍ଭ

ଭୁବନେଶ୍ୱର : ଓଡ଼ିଶାର ଯାଜପୁର ଜିଲ୍ଲାରେ ଆଶ୍ଚର୍ଯ୍ୟଜନକ ଘଟଣାରେ ଏକ ମହିଳା ତାଙ୍କ ୭ ବର୍ଷୀୟ ପୁଅକୁ ୧୮,୦୦୦ ଟଙ୍କାରେ ବିକି ଦେଇଥିବା ଅଭିଯୋଗ ଉଠିଛି। ବଡସୁଆର ପଞ୍ଚାୟତର ଟୋଟାସାହି ଗାଁରେ ଏହି ଘଟଣା ଘଟିଛି।
ଶିଶୁପୁତ୍ରର ପିତା ପ୍ରଶାନ୍ତ ପରିଡା ଓ ତାଙ୍କ ପରିବାର ଜିଲ୍ଲା ପ୍ରଶାସନଙ୍କୁ ସହାୟତା ପାଇଁ ଅନୁରୋଧ କରି ଘଟଣାର ତଦନ୍ତ କରିବାକୁ ଅନୁରୋଧ କରିଛନ୍ତି ।
ସୂଚନା ଅନୁଯାୟୀ, ପ୍ରଶାନ୍ତ ଓ ତାଙ୍କ ପତ୍ନୀଙ୍କ ବୈବାହିକ ଜୀବନରେ ଅନେକ ସମସ୍ୟା ରହିଥିଲା। ଯାହା କାରଣରୁ ପୂଜା ପରିଡା ଚାରି ବର୍ଷ ପୂର୍ବେ ତାଙ୍କର ୩ ବର୍ଷୀୟ ପୁଅକୁ ନେଇ ଅଲଗା ରହୁଥିଲେ । ଚାରି ବର୍ଷ ପରେ ଫେରିଲେ କିନ୍ତୁ ସାଇରାମ ସହିତ ନୁହେଁ। ପ୍ରଶାନ୍ତ ପ୍ରଶ୍ନ କରିବାରୁ, ସେ ତାଙ୍କ ପୁଅକୁ ୧୮,୦୦୦ ଟଙ୍କାରେ ବିକିଦେଇଛନ୍ତି ବୋଲି ଜଣାଇଲେ ।
ପ୍ରଶାନ୍ତ ଏବଂ ତାଙ୍କ ମା' କହିଛନ୍ତି ଯେ ପୂଜା ଚାରି ବର୍ଷ ପୂର୍ବରୁ ଘର ଛାଡି ଯାଇଥିଲେ, ତାଙ୍କୁ ମାନସିକ ନିର୍ଯାତନା ଏବଂ ପୁଅକୁ କ୍ଷତି ପହଞ୍ଚାଇବାକୁ ଧମକ ଦେଇଥିଲେ। ସେ ସେତେବେଳେ ୧୭,୦୦୦ ଟଙ୍କା ନେଇ ତାଙ୍କ ଫୋନ କୁ ନଷ୍ଟ କରି କରିଦେଇଥିଲେ।
ଜିଲ୍ଲା ପ୍ରଶାସନ, କଲେକ୍ଟର ପି. ଅନ୍ବେଷା ରେଡ୍ଡିଙ୍କ ନିର୍ଦ୍ଦେଶ ଅନୁଯାୟୀ ଏହି ଘଟଣାର ତଦନ୍ତ ଆରମ୍ଭ ହୋଇଛି। ଜିଲ୍ଲା ଚାଇଲ୍ଡ ପ୍ରୋଟେକ୍ସନ୍ ୟୁନିଟ୍ କ୍ଷେତ୍ରରେ ଶିଶୁର ସ୍ଥିତି ଓ ଘଟଣାର ସତ୍ୟତା ତଦନ୍ତ କରୁଛି।
What's Your Reaction?






