ବୋଲବମ୍ ଭ୍ୟାନ ଧକ୍କାରେ ବାପା ଓ ପାଞ୍ଚ ବର୍ଷର ପୁଅଙ୍କ ମୃତ୍ୟୁ

କୋରାପୁଟ ଜିଲ୍ଲାର କନ୍ୟାଶ୍ରମ ନିକଟରେ ଜାତୀୟ ରାଜପଥ ଉପରେ ହୃଦୟବିଦାରକ ଦୁର୍ଘଟଣା

Aug 2, 2025 - 14:24
 0  0
ବୋଲବମ୍ ଭ୍ୟାନ ଧକ୍କାରେ ବାପା ଓ ପାଞ୍ଚ ବର୍ଷର ପୁଅଙ୍କ ମୃତ୍ୟୁ

ଭୁବନେଶ୍ୱର : କୋରାପୁଟ ସଦର ଥାନା ଅଞ୍ଚଳରେ ଜାତୀୟ ରାଜପଥ ୩୨୬ ଉପରେ ଥିବା କନ୍ୟାଶ୍ରମ ନିକଟରେ ବୋଲବମ୍ ଭ୍ୟାନ ଧକ୍କାରେ ବାପା ଓ ପାଞ୍ଚ ବର୍ଷର ପୁଅଙ୍କ ଜୀବନ ବଳି ଗଲା। ଘଟଣା ସମୟରେ ବୋଲବମ୍ ଭକ୍ତଙ୍କୁ ବହନ କରୁଥିବା ଏକ ଭ୍ୟାନ କାକରିଗୁମାରୁ ଗୁପ୍ତେଶ୍ୱର ଦିଗକୁ ଯାଉଥିବାବେଳେ ବାଇକକୁ ଭୟଙ୍କର ଧକ୍କା ଦେଇଥିଲା।

ଧକ୍କା ପରେ ବାଇକରେ ଅଗ୍ନିଲାଗି ଘଟିଥିଲା ଏବଂ ହୁତୁହୂତୁ ହୋଇ ଜଳୁଥିବା ବାଇକ ଦୃଶ୍ୟ ଦେଖି ଦେଖି ଲୋକମାନେ ସ୍ତବ୍ଧ ହୋଇଥିଲେ। ଦୁର୍ଘଟଣାରେ ବାପା ଓ ତାଙ୍କ ଛୋଟ ପୁଅ ସ୍ଥଳରେ ମୃତ୍ୟୁ ବରଣ କରିଛନ୍ତି।

ଘଟଣା ପରେ ମୃତକ ବାପା ପୁଅଙ୍କ ଶରୀର ରାସ୍ତା ଉପରେ ପଡ଼ି ଥିବା ଦୃଶ୍ୟ ଦେଖି ଅନେକ ଲୋକ ଚମକି ଯାଇଥିଲେ। ସ୍ଥାନୀୟ ଲୋକଙ୍କ ତଥ୍ୟ ଅନୁଯାୟୀ, ବାଇକ ଆରୋହୀ ପୋଡାଗଡ ଦିଗକୁ ଯାଉଥିଲେ। ଘଟଣା ସମ୍ପର୍କରେ ଥାନାକୁ ସୂଚନା ମିଳିଛି ଓ ପୋଲିସ ତଦନ୍ତ ଆରମ୍ଭ କରିଛି। ମୃତକଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳିପାରିନାହିଁ।

What's Your Reaction?

like

dislike

love

funny

angry

sad

wow