ପରୀକ୍ଷା ପେ ଚର୍ଚ୍ଚା ପାଇଁ ଗିନିଜ୍ ୱାର୍ଲଡ୍ ରେକର୍ଡ
ପ୍ରମାଣପତ୍ର ପ୍ରଧାନମନ୍ତ୍ରୀଙ୍କୁ ଦେଲେ ଧର୍ମେନ୍ଦ୍ର ପ୍ରଧାନ : ୩.୫ କୋଟି ଥରୁ ଅଧିକ ପଞ୍ଜୀକରଣ

ଭୁବନେଶ୍ୱର : କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟି ‘ପରୀକ୍ଷା ପେ ଚର୍ଚ୍ଚା -୨୦୨୫’ ପାଇଁ ଗିନିଜ୍ ୱାର୍ଲଡ୍ ରେକର୍ଡର ପ୍ରମାଣପତ୍ର ଉପସ୍ଥାପନ କରିଛନ୍ତି।
ଏହି ଅଭିଯାନ ପାଇଁ ଏକ ମାସ ମଧ୍ୟରେ ୩ କୋଟି ୫୩ ଲକ୍ଷରୁ ଅଧିକ ପଞ୍ଜୀକରଣ ହୋଇଥିଲା ଏବଂ ଟିଭିରେ ୨୧ କୋଟିରୁ ଅଧିକ ଦର୍ଶକ ଏହା ଦେଖିଥିଲେ। ଏହି ଫଳରେ ‘ପରୀକ୍ଷା ପେ ଚର୍ଚ୍ଚା’ ଦୁନିଆରେ ସର୍ବାଧିକ ଲୋକସମ୍ପୃକ୍ତ ଶିକ୍ଷା ଅଭିଯାନର ରେକର୍ଡ ସ୍ଥାପନ କରିଛି।
ଏହି ଅବସରରେ ଅଶ୍ୱିନୀ ବୈଷ୍ଣବ ଓ ଜିତିନ ପ୍ରସାଦ ମଧ୍ୟ ଉପସ୍ଥିତ ଥିଲେ। ଧର୍ମେନ୍ଦ୍ର ପ୍ରଧାନ ଏହି ସଫଳତାକୁ ଜନସାଧାରଣଙ୍କ ସହଭାଗିତାର ଫଳ ବୋଲି କହିଛନ୍ତି।
What's Your Reaction?






