କେନ୍ଦ୍ରାପଡ଼ାରେ ଜୀବନ୍ତ ଜଳିଲେ ଯୁବତୀ – ବ୍ଲାକମେଲିଂ ଅଭିଯୋଗ, ଆଇଜିପି ହସ୍ତକ୍ଷେପ

ଆତ୍ମହତ୍ୟା ନା ହତ୍ୟା, ତଦନ୍ତ ଆରମ୍ଭ

Aug 6, 2025 - 15:51
 0  0
କେନ୍ଦ୍ରାପଡ଼ାରେ ଜୀବନ୍ତ ଜଳିଲେ ଯୁବତୀ – ବ୍ଲାକମେଲିଂ ଅଭିଯୋଗ, ଆଇଜିପି ହସ୍ତକ୍ଷେପ

ଭୁବନେଶ୍ୱର : କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ୍‌ର କଥିଆପଡା ଗାଁରେ ଏକ ଯୁବତୀ ନିଜ ଘରେ ନିଆଁ ଲଗେଇ ଜୀବନ ହାରିଦେଇଛନ୍ତି। ମୃତ୍ୟୁ ହୋଇଥିବା ଯୁବତୀ ଏକ ବିଶ୍ୱବିଦ୍ୟାଳୟର ଯୁକ୍ତ ୩ ଶେଷ ବର୍ଷର ଛାତ୍ରୀ ଥିଲେ।

ତାଙ୍କ ବାପା ଅଭିଯୋଗ କରିଛନ୍ତି ଯେ, ଝିଅଙ୍କୁ ଜଣେ ପୁରୁଷ ବନ୍ଧୁ ଅଶ୍ଳୀଳ ଫଟୋ ଓ ଭିଡିଓ ମାଧ୍ୟମରେ ବ୍ଲାକମେଲିଂ କରୁଥିଲେ, ଯାହା ତାଙ୍କୁ ଆତ୍ମହତ୍ୟାକୁ ବାଧ୍ୟ କରିଥିଲା। ସେ ୬ ମାସ ପୂର୍ବରୁ ଥାନାରେ ଅଭିଯୋଗ କରିଥିଲେ ବୋଲି ମଧ୍ୟ ଦାବି କରିଛନ୍ତି।

ଘଟଣା ପରେ ଆଇଜିପି ତୁରନ୍ତ ହସ୍ତକ୍ଷେପ କରି ଏସପି ଙ୍କୁ ଘଟଣାସ୍ଥଳ ଯିବା ଓ ତଦନ୍ତ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।

What's Your Reaction?

like

dislike

love

funny

angry

sad

wow