ସେପ୍ଟେମ୍ବର ୩-୪ରେ ଜିଏସ୍ଟି ପରିଷଦ ବୈଠକ
ସ୍ଲାବ୍ କମିଲେ ରାଜସ୍ବ ହାନି, କ୍ଷତିପୂରଣ ନେଇ ଦ୍ୱନ୍ଦ୍ୱ

ଭୁବନେଶ୍ୱର: ଜିଏସ୍ଟି ପରିଷଦର ଆଗାମୀ ବୈଠକ ସେପ୍ଟେମ୍ବର ୩ ଓ ୪ରେ ହେବାକୁ ଯାଉଛି। ପ୍ରମୁଖ ଆଲୋଚ୍ୟ ବିଷୟ ହେଉଛି ବର୍ତ୍ତମାନର ଚାରିଥାକିଆ ଜିଏସ୍ଟି ସ୍ଲାବ୍କୁ କମାଇ ଦୁଇଥାକିଆ କରିବା। କିନ୍ତୁ, ସ୍ଲାବ୍ କମିଲେ ରାଜ୍ୟଗୁଡ଼ିକର ରାଜସ୍ବରେ ୨୦ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ହେବାର ଆଶଙ୍କା ରହିଛି।
ଓଡ଼ିଶା ପ୍ରତିମାସେ ପ୍ରାୟ ୫,୦୦୦ କୋଟି ଟଙ୍କା ଜିଏସ୍ଟି ସଂଗ୍ରହ କରୁଛି। ସ୍ଲାବ୍ ହ୍ରାସ ପରେ ପ୍ରତିମାସ ୧,୦୦୦ କୋଟି ହାନି ହେବା ସମ୍ଭାବନା। ୨୦୧୭-୧୮ରୁ ୨୦୨୨-୨୩ ପର୍ଯ୍ୟନ୍ତ ଓଡ଼ିଶା ୧୬,୧୬୫ କୋଟି ଟଙ୍କାର ଜିଏସ୍ଟି କ୍ଷତିପୂରଣ ପାଇଥିଲା, କିନ୍ତୁ ୨୦୨୧-୨୨ ଓ ୨୦୨୨-୨୩ରେ କୌଣସି ପ୍ରଦାନ ହୋଇନଥିଲା।
ହିମାଚଳ, ଝାଡ଼ଖଣ୍ଡ, କର୍ଣ୍ଣାଟକ, କେରଳ, ପଞ୍ଜାବ, ତାମିଲନାଡୁ, ତେଲେଙ୍ଗାନା ଓ ପଶ୍ଚିମବଙ୍ଗର ଅର୍ଥମନ୍ତ୍ରୀମାନେ କ୍ଷତିପୂରଣ ପ୍ରସଙ୍ଗକୁ ପରିଷଦ ସାମ୍ନାରେ ଉପସ୍ଥାପନ କରିବେ।
ଏହି ପରିପ୍ରେକ୍ଷିତରେ ଓଡ଼ିଶାର ଆଭିମୁଖ୍ୟ ସ୍ପଷ୍ଟ ହୋଇନାହିଁ। ତଥାପି, *ବିକଶିତ ଓଡ଼ିଶା ୨୦୨୬* ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଥିଲେ, ସ୍ଲାବ୍ କମିଲେ ଉପଭୋଗିତା ବଢ଼ିବ, ବିନିର୍ମାଣ କ୍ଷେତ୍ର ସୁଦୃଢ଼ ହେବ ଓ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।
What's Your Reaction?






