ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରେ ଟାଟା ଗୃପ୍ ର ସହାୟତା

ମୃତକଙ୍କ ପରିବାରକୁ ୧ କୋଟି ଟଙ୍କା ସହାୟତା ଘୋଷଣା କଲା ଟାଟା ଗୃପ୍ ଏହା ସହିତ ଆହତଙ୍କ ମେଡିକାଲ ଖର୍ଚ୍ଚ ବହନ କରିବାର ପ୍ରତିଶ୍ରୁତି

Jun 13, 2025 - 13:29
 0  0
ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରେ ଟାଟା ଗୃପ୍ ର ସହାୟତା

ଭୁବନେଶ୍ୱର : ଟାଟା ଗୃପ୍ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରେ ମୃତକଙ୍କ ପରିବାରକୁ ୧ କୋଟି ଟଙ୍କା ସହାୟତା ଘୋଷଣା କରିଛି। ଏହି ସୂଚନା ଟାଟା ଗୃପ୍ ପକ୍ଷରୁ ଦିଆଯାଇଛି। ସେହିପରି, ଆହତଙ୍କର ମେଡିକାଲ ଖର୍ଚ୍ଚ ବହନ କରିବାକୁ ମଧ୍ୟ ପ୍ରତିଶ୍ରୁତି ଦିଆଯାଇଛି। କ୍ଷତିଗ୍ରସ୍ତ ମେଡିକାଲ କଲେଜ କୋଠା ସଜାଡ଼ିବାକୁ ମଧ୍ୟ ଟାଟା ଗୃପ୍ ପକ୍ଷରୁ ପ୍ରତିଶ୍ରୁତି ମିଳିଛି।

ଆଜି ଅପରାହ୍ଣରେ, ଗୁଜୁରାଟର ଅହମ୍ମଦାବାଦରେ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଅହମ୍ମଦାବାଦର ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଲଣ୍ଡନ ଯାଉଥିବା ଏୟାର ଇଣ୍ଡିଆର ବୋଇଂ ୭୮୭-୮ ଡ୍ରିମଲାଇନର୍ (AI171) ଉଡ଼ାଣ ଭରିବାର କିଛି ମିନିଟ୍ ପରେ ମେଘାନୀ ନଗର ନିକଟସ୍ଥ ଏକ ଆବାସିକ ଅଞ୍ଚଳରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ବିମାନରେ ୨୪୨ ଜଣ ଲୋକ ଥିଲେ, ଯାହାରୁ କେବଳ ଜଣେ ଯାତ୍ରୀ ଜୀବିତ ଅଛନ୍ତି। ଏହା ସହିତ, ଗୁଜୁରାଟର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

What's Your Reaction?

like

dislike

love

funny

angry

sad

wow