ଭଦ୍ରକରେ ୧୨ ଘଣ୍ଟା ପାଇଁ ଇଣ୍ଟରନେଟ ସେବା ବନ୍ଦ: ଆଇନଶୃଙ୍ଖଳା ଦୃଷ୍ଟିରୁ ପଦକ୍ଷେପ

ଗତକାଲି ଘଟିଥିବା ବିବାଦର ପରିଣାମରେ ନିଆଯାଇଛି ଏହି ପଦକ୍ଷେପ

Jun 13, 2025 - 11:23
 0  0
ଭଦ୍ରକରେ ୧୨ ଘଣ୍ଟା ପାଇଁ ଇଣ୍ଟରନେଟ ସେବା ବନ୍ଦ: ଆଇନଶୃଙ୍ଖଳା ଦୃଷ୍ଟିରୁ ପଦକ୍ଷେପ

ଭୁବନେଶ୍ୱର : 

ଭଦ୍ରକରେ ଆଉ ୧୨ ଘଣ୍ଟା ପାଇଁ ଇଣ୍ଟରନେଟ ସେବା ବନ୍ଦ କରାଯାଇଛି। ସକାଳ ୬ରୁ ସଂନ୍ଧ୍ୟା ୬ ପର୍ଯ୍ୟନ୍ତ ଇଣ୍ଟରନେଟ ସେବାକୁ ବନ୍ଦ କରି ଦିଆଯାଇଛି। ଏହି ପଦକ୍ଷେପ ଆଇନଶୃଙ୍ଖଳା ଦୃଷ୍ଟିରୁ ନିଆଯାଇଛି, ଯାହା ବିଷୟରେ ସୂଚନା ଦେଇଛନ୍ତି ଭଦ୍ରକ ଏସପି ମନୋଜ ରାଉତ।

ଭଦ୍ରକ ମୁନିସିପାଲିଟି, ଭଦ୍ରକ ବ୍ଲକ, ଧାମନଗର ଏନଏସି, ଧାମନଗର ବ୍ଲକ ଓ ତିହିଡି ବ୍ଲକରେ ଇଣ୍ଟରନେଟ ବନ୍ଦ ରହିବ। ଗତକାଲି ୨୪ ଘଣ୍ଟା ପାଇଁ ବନ୍ଦଥିଲା ଇଣ୍ଟରନେଟ ସେବା, ଯାହା ଗତକାଲି ସକାଳ ୬ରୁ ଆଜି ସକାଳ ୬ ପର୍ଯ୍ୟନ୍ତ ବନ୍ଦ ଥିଲା।

ତିହିଡି ଥାନା କଷଟି ଗୁଜିଦାରଡ଼ା ଅଞ୍ଚଳରେ ଏକ ବିବାଦକୁ ନେଇ ଜଣେ ବ୍ୟକ୍ତି ଗୁରୁତର ହୋଇ ଭୁବନେଶ୍ୱରରେ ଚିକିତ୍ସିତ ହେଉଥିଲେ, ତାଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୧୦ ଲକ୍ଷ ଟଙ୍କା ସହାୟତା ପ୍ରଦାନ କରାଯିବା ସହିତ, ପରିବାରର ଜଣେ ବ୍ୟକ୍ତିଙ୍କୁ ନିଯୁକ୍ତି ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।

What's Your Reaction?

like

dislike

love

funny

angry

sad

wow