ବଡ଼ ଅଘଟଣରୁ ବର୍ତ୍ତିଲା କୋରବା ଏକ୍ସପ୍ରେସ

ରାୟଗଡ଼ାରେ ପଥର ପଡ଼ି ରାତିଭରି ବନ୍ଦ ହେଲା ଟ୍ରେନ୍ ଚଳାଚଳ, ଉଦ୍ଧାର କାର୍ଯ୍ୟ ଜାରି

Aug 8, 2025 - 14:45
 0  0
ବଡ଼ ଅଘଟଣରୁ ବର୍ତ୍ତିଲା କୋରବା ଏକ୍ସପ୍ରେସ

ଭୁବନେଶ୍ୱର : ରାୟଗଡ଼ା ସହରର ମଝିଘରିଆଣୀ ମନ୍ଦିର ନିକଟରେ ଟ୍ରାକ୍‌ ଉପରେ ବଡ଼ ପଥର ପଡ଼ିଥିବାରୁ ବିଶାଖାପାଟଣା-କୋରବା ଲିଙ୍କ ଏକ୍ସପ୍ରେସ ଗୁରୁତର ଅଘଟଣରୁ ବର୍ତ୍ତିଲା। ମଧ୍ୟରାତ୍ରୀରେ ଜୋର ଶବ୍ଦ ଶୁଣି ଟ୍ରେନ୍‌ ଚାଳକ ସମୟରେ ବ୍ରେକ୍‌ ଲଗାଇ ଟ୍ରେନ୍‌କୁ ରୋକିଥିଲେ। ଫଳରେ ରାତି ୧୨ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ଟ୍ରେନ୍‌ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ରେସ୍କ୍ୟୁ ଟିମ୍‌ ପଥର ହଟାଇ ଟ୍ରାକ୍‌ ମରାମତି କରିଥିଲା, ଯାହା ପରେ ଚଳାଚଳ ସ୍ୱାଭାବିକ ହୋଇଥିଲା। ବର୍ତ୍ତମାନ ଗୋଟିଏ ଲାଇନ୍‌ରେ ଟ୍ରେନ୍‌ ଚଳାଚଳ କରୁଛି ଏବଂ ଉଦ୍ଧାର କାର୍ଯ୍ୟ ଚାଲିଛି। ଘଟଣାକୁ ଆରପିଏଫ୍‌ ତଦନ୍ତ କରୁଥିବାବେଳେ ବରିଷ୍ଠ ରେଳ ଅଧିକାରୀମାନେ ସ୍ଥଳରେ ଉପସ୍ଥିତ ଥିଲେ।

What's Your Reaction?

like

dislike

love

funny

angry

sad

wow