ଓଡ଼ିଶାରେ ଗୋ ହତ୍ୟା ସଂପୂର୍ଣ୍ଣ ନିଷେଧ

ଜନସ୍ବାର୍ଥ ମାମଲାରେ ସରକାରଙ୍କ ସତ୍ୟପାଠ; ସେପ୍ଟେମ୍ବର ୧ରେ ପରବର୍ତ୍ତୀ ଶୁଣାଣି

Aug 8, 2025 - 14:51
 0  0
ଓଡ଼ିଶାରେ ଗୋ ହତ୍ୟା ସଂପୂର୍ଣ୍ଣ ନିଷେଧ

ଭୁବନେଶ୍ବର: ପ୍ରଚଳିତ ଆଇନ ଅନୁସାରେ ଓଡ଼ିଶାରେ ଗୋ ହତ୍ୟା ସଂପୂର୍ଣ୍ଣ ନିଷେଧ ବୋଲି ରାଜ୍ୟ ସରକାର ହାଇକୋର୍ଟକୁ ଅବଗତ କରିଛି। ଓଡ଼ିଶା ଗୋ ହତ୍ୟା ନିରୋଧ ଆଇନ, ୧୯୬୦ ଓ ଓଡ଼ିଶା ପୌର ନିଗମ ଆଇନ, ୨୦୦୩ ଅନୁସାରେ ଏହି ପ୍ରତିବନ୍ଧ ସ୍ପଷ୍ଟ।

ମୁଖ୍ୟ ବିଚାରପତି ଜଷ୍ଟିସ୍‌ ହରୀଶ ଟଣ୍ଡନ ଓ ଜଷ୍ଟିସ୍‌ ଏମ୍‌.ଏସ୍‌. ରମଣଙ୍କ ଖଣ୍ଡପୀଠରେ ଗୌଜ୍ଞାନ ଫାଉଣ୍ଡେସନ୍‌ ଦାୟର କରାଯାଇଥିବା ଜନସ୍ବାର୍ଥ ମାମଲାରେ, ସରକାର ପକ୍ଷରୁ ଏଜିଏ ଦେବାଶିଷ ତ୍ରିପାଠୀ ସତ୍ୟପାଠ ଦାଖଲ କରିଥିଲେ।

ହାଇକୋର୍ଟ ଧାରା ୨ ଅନୁସାରେ ପ୍ରାଧିକୃତ କର୍ତ୍ତୃପକ୍ଷ ନିଯୁକ୍ତି ପାଇଁ ସରକାରକୁ ନିର୍ଦ୍ଦେଶ ଦେଇଛି ଏବଂ ପରବର୍ତ୍ତୀ ଶୁଣାଣି ସମୟରେ ପଦକ୍ଷେପ ସୂଚନା ଦେବାକୁ କହିଛି।

ଏହି ମାମଲା କଟକର କିଛି ସ୍ଥାନରେ ବେଆଇନ ଗୋ ହତ୍ୟା ଅଭିଯୋଗ ଆଧାରରେ ଦାୟର ହୋଇଥିଲା। ପରବର୍ତ୍ତୀ ଶୁଣାଣି ସେପ୍ଟେମ୍ବର ୧ରେ ହେବ।

What's Your Reaction?

like

dislike

love

funny

angry

sad

wow