ନୂଆଁଖାଇରେ ୧,୦୪୧ କୋଟି ସି.ଏମ୍–କିଷାନ ସହାୟତା ବଣ୍ଟନ
୫୧ ଲକ୍ଷ ୫୪ ହଜାର ଚାଷୀ, ଭୂମିହୀନ କୃଷକ ପରିବାର ଓ ଜନଜାତି ସମୂହଙ୍କୁ ସି.ଏମ୍–କିଷାନ ଯୋଜନାର ତୃତୀୟ କିସ୍ତି

ଭୁବନେଶ୍ବର: ପବିତ୍ର ନୂଆଁଖାଇ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓୟୁଏଟିରେ ଆୟୋଜିତ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ୫୧ ଲକ୍ଷ ୫୪ ହଜାର ଚାଷୀ, ଭୂମିହୀନ କୃଷକ ପରିବାର ଓ ଜନଜାତି ସମୂହଙ୍କୁ ସି.ଏମ୍–କିଷାନ ଯୋଜନାର ତୃତୀୟ କିସ୍ତିରେ ଡି.ବି.ଟି ମାଧ୍ୟମରେ ୧,୦୪,୧୨୯ କୋଟି ଟଙ୍କା ପ୍ରଦାନ କଲେ।
ଏହି ଅବସରରେ ପ୍ରାୟ ୫୯ କୋଟି ଟଙ୍କା ବ୍ୟୟରେ ‘କୃଷକ ଭବନ’ ଓ ‘ଅଭ୍ୟର୍ଥନା ଗୃହ’ର ଉଦ୍ଘାଟନ ହେଲା। ମୁଖ୍ୟମନ୍ତ୍ରୀ କହିଥିଲେ, ଚାଷୀଙ୍କ ଉନ୍ନତି ବିନା ରାଜ୍ୟର ପ୍ରଗତି ସମ୍ଭବ ନୁହେଁ।
ସି.ଏମ୍–କିଷାନ, ପି.ଏମ୍–କିଷାନ ଓ ସୁଭଦ୍ରା ଯୋଜନାକୁ ମିଶାଇ ପଞ୍ଜୀକୃତ ଚାଷୀଙ୍କ ବାର୍ଷିକ ଆୟରେ ୫୮ ହଜାର ଟଙ୍କା ବୃଦ୍ଧି ହୋଇଛି। ଚାଷୀ ସମୃଦ୍ଧି ଯୋଜନାରେ ୧୮ ଲକ୍ଷରୁ ଅଧିକ ପଞ୍ଜୀକରଣ ସାରିଛି।
What's Your Reaction?






