ମାଲକାନଗିରିରେ ବନ୍ୟାଜଳରେ ତିନି ଫୁଟ୍ ବୁଡ଼ିଲା କାଙ୍ଗୁରକୋଣ୍ଡା ପୋଲ

ଆନ୍ଧ୍ର-ତେଲାଙ୍ଗାନା ସହ ଯୋଗାଯୋଗ ବିଚ୍ଛିନ୍ନ

Sep 2, 2025 - 14:21
 0  0
ମାଲକାନଗିରିରେ ବନ୍ୟାଜଳରେ ତିନି ଫୁଟ୍ ବୁଡ଼ିଲା କାଙ୍ଗୁରକୋଣ୍ଡା ପୋଲ

ଭୁବନେଶ୍ୱର : ଗତକାଲି ବିଳମ୍ବିତ ରାତିରେ ହୋଇଥିବା ଭାରୀ ବର୍ଷାର ପରିଣତିରେ ଜିଲ୍ଲାର ୩୨୬ ନମ୍ବର ଜାତୀୟ ରାଜପଥ ଉପରେ ଥିବା କାଙ୍ଗୁରକୋଣ୍ଡା ପୋଲ ଉପରେ ପ୍ରାୟ ୩ ଫୁଟ୍ ବନ୍ୟାଜଳ ପ୍ରବାହିତ ହେଉଛି ।

ବନ୍ୟାଜଳ ପ୍ରବାହରେ ମୋଟୁ ସହିତ ପଡ଼ୋଶୀ ରାଜ୍ୟ ଆନ୍ଧ୍ର ପ୍ରଦେଶ ଓ ତେଲାଙ୍ଗାନା ସହିତ ଯୋଗାଯୋଗ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇପଡ଼ିଛି।

ପୋଲର ଉଭୟ ପାର୍ଶ୍ୱରେ ଶହ ଶହ ଯାନବାହନ ଫସି ରହିଛନ୍ତି । ଦୀର୍ଘ ସମୟ ଧରି ଅଟକି ରହିବାରୁ ଖାଦ୍ୟ ଓ ପାନୀୟ ଜଳ ସହିତ ଅନ୍ୟାନ୍ୟ ଆବଶ୍ୟକ ସାମଗ୍ରୀର ଅଭାବ ହେବାରୁ ସାଧାରଣ ଲୋକେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

What's Your Reaction?

like

dislike

love

funny

angry

sad

wow