ଏମ୍ସ ଭୁବନେଶ୍ୱରକୁ ମେଡିକାଲ୍ ଉପକରଣ ଦେଲା ଏନ୍‌ଟିପିସି

ସିଏସଆର୍ ଅଭିଯାନରେ ୬୩. ୫୯ ଲକ୍ଷ ଟଙ୍କା ମୂଲ୍ୟର ଔଷଧ ସାମଗ୍ରୀ ପ୍ରଦାନ

May 29, 2025 - 14:42
 0  0
ଏମ୍ସ ଭୁବନେଶ୍ୱରକୁ ମେଡିକାଲ୍ ଉପକରଣ ଦେଲା ଏନ୍‌ଟିପିସି

ଭୁବନେଶ୍ୱର : ସାର୍ବଜନୀନ ସ୍ୱାସ୍ଥ୍ୟସେବାକୁ ଶକ୍ତିଶାଳୀ କରିବା ଦିଗରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇ ଏନ୍‌ଟିପିସି ଲିମିଟେଡ଼, ତାଙ୍କର କର୍ପୋରେଟ୍ ସାମାଜିକ ଦାୟିତ୍ୱବୋଧ ଅଭିଯାନ ଅନ୍ତର୍ଗତରେ ଏମ୍ସ ଭୁବନେଶ୍ୱରକୁ ୬୩. ୫୯ ଲକ୍ଷ ଟଙ୍କା ମୂଲ୍ୟର ଜରୁରୀ ଚିକିତ୍ସା ଉପକରଣ ଦେଇଛି।

ଏହି ସାମଗ୍ରୀରେ ଅନ୍ତର୍ଗତ ଅଛି:

* ୫୦ ଟି ରାପିଡ଼ ଏମରଜେନସି ରିକୋଭରି ଟ୍ରଲି

* ୫୦ ଟି ଆୟୁଷ ଫିକ୍ସ୍‌ଡ୍ - ହାଇଥିଲା ଓଭରବେଡ୍ ଟେବୁଲ୍

* ୬୦ ଟି କୁଶନ୍ ସହିତ ଫୋଲ୍ଡିଂ ହୁଇଲ୍‌ଚେୟାର

* ୬୦ ଟି ଟ୍ରଲି ସହ ଷ୍ଟ୍ରେଚର୍

ଏହି ସାମଗ୍ରୀ ଏନ୍‌ଟିପିସିର ଆଞ୍ଚଳିକ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ଼ ଅରିନ୍ଦମ ସିନ୍ହାଙ୍କ ଦ୍ୱାରା ଏମ୍ସ ଭୁବନେଶ୍ୱରର କାର୍ଯ୍ୟ ନିର୍ବାହୀ ନିର୍ଦ୍ଦେଶକ ତଥା ସିଇଓ ଡ଼ ଅଶୁତୋଷ ବିଶ୍ୱାସଙ୍କୁ ହସ୍ତାନ୍ତର କରାଯାଇଥିଲା।

ଏହି ପଦକ୍ଷେପ ଦ୍ୱାରା ଚିକିତ୍ସା ସେବାର ଗୁଣବତ୍ତା ବୃଦ୍ଧି ହେବ ବୋଲି ଅଧିକାରୀମାନେ କହିଛନ୍ତି।

What's Your Reaction?

like

dislike

love

funny

angry

sad

wow