ଓଡ଼ିଆ ସିନେମା ପୁନରୁତ୍ଥାନ ପାଇଁ ରାଜ୍ୟ ସରକାରଙ୍କ ରୂପରେଖ ତିଆରି

ବାର୍ଷିକ ପୁରସ୍କାର, ଓଟିଟି ପ୍ଲାଟଫର୍ମ ଓ ନୂଆ ଫିଲ୍ମ ପଲିସି ଉପରେ ଗୁରୁତ୍ୱ

May 20, 2025 - 14:42
 0  2
ଓଡ଼ିଆ ସିନେମା ପୁନରୁତ୍ଥାନ ପାଇଁ ରାଜ୍ୟ ସରକାରଙ୍କ ରୂପରେଖ ତିଆରି

ଭୁବନେଶ୍ୱର: ଓଡ଼ିଆ ସିନେମାକୁ ନୂଆ ଗତି ଦେବା ଲକ୍ଷ୍ୟରେ ସଂସ୍କୃତି ଭବନରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଦ୍ୱାରା ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକର ଅଧ୍ୟକ୍ଷତା କରିଥିଲେ ଅଭିନେତା ତଥା ବିଧାୟକ ସିଦ୍ଧାନ୍ତ ମହାପାତ୍ର।

ବୈଠକରେ ଓଡ଼ିଆ ସିନେମାର ଉନ୍ନତି ପାଇଁ ଏକ ରୂପରେଖ ତିଆରି କରାଯାଇଛି। ଓଡ଼ିଶା ରାଜ୍ୟ ସିନେମା ପୁରସ୍କାରକୁ ଆଗକୁ ବଢାଇବା , ଯୁବ ପ୍ରତିଭାମାନଙ୍କ ଜୁରି ବୋର୍ଡରେ ଅଂଶଗ୍ରହଣ କରାଇବା, ପୁରସ୍କାର ରାଶି ବଢ଼ାଇବା ଓ ଏକ ସୂଚନା ମୂଳକ ୱେବସାଇଟ୍ ତିଆରି କରିବା ପ୍ରସ୍ତାବ ଆସିଛି।

ନୂଆ ଫିଲ୍ମ ପଲିସି ତିଆରି କରି ତାହା ମାଧ୍ୟମରେ ଅନୁଦାନ, ବିତରଣ, ଓଟିଟି ପ୍ଲାଟଫର୍ମ ଉପରେ ଅଧିକ ଗୁରୁତ୍ୱ ଦିଆଯିବ। କଳିଙ୍ଗ ଷ୍ଟୁଡିଓକୁ ଆଧୁନିକ ଫିଲ୍ମ ନିର୍ମାଣ କେନ୍ଦ୍ର ବନେଇବା ଓ ଅଧିକ ସିନେମା ହଲ୍ ତିଆରି ପ୍ରସ୍ତାବ ମଧ୍ୟ ଆଣାଯାଇଛି।

ବୈଠକରେ ଅରିନ୍ଦମ ରାୟ, ସବ୍ୟସାଚୀ ମିଶ୍ର, ଅନୁ ଚୌଧୁରୀ, ଦେବାଶିଷ ମହାପାତ୍ର, ଓ ଦୂରଦର୍ଶନ ପୂର୍ବତନ ନିଦେଶିକା ଦୀପ୍ତି ମିଶ୍ରା ସ‌ହିତ ଅନେକ ଅଧିକାରୀ ଓ କଳାକାର ଅଂଶଗ୍ରହଣ କରିଥିଲେ।

ସିଦ୍ଧାନ୍ତ ମହାପାତ୍ର କହିଛନ୍ତି, “ଏହି ବୈଠକ ଓଡ଼ିଆ ସିନେମା ପାଇଁ ଏକ ନୂଆ ଦିଗ ଦେଖାଉଛି। ସମସ୍ତଙ୍କ ଚେଷ୍ଟାରେ ଆମେ ଏହାକୁ ଜାତୀୟ ଓ ବିଶ୍ୱସ୍ତରରେ ଉନ୍ନତି କରିପାରିବା।”

What's Your Reaction?

like

dislike

love

funny

angry

sad

wow