ପ୍ରତ୍ୟେକ ସରକାରୀ ବୈଠକରେ ଜଳଖିଆ ଭାଗ ହେବ ‘ପାଳୁଅ ଲଡୁ’
ଭଦ୍ରକ ଜିଲ୍ଲାପାଳଙ୍କ କଡ଼ା ନିର୍ଦ୍ଦେଶ: ଐତିହ୍ୟ ବଞ୍ଚାଇବା ସାଥି ଜିଆଇ ଟ୍ୟାଗ୍ ପାଇଁ ଉଦ୍ୟମ

ଭୁବନେଶ୍ୱର: ଭଦ୍ରକ ଜିଲ୍ଲାର ପ୍ରତ୍ୟେକ ସରକାରୀ କାର୍ଯ୍ୟକ୍ରମ, ବୈଠକ ଓ ଅନ୍ୟାନ୍ୟ ଅନୁଷ୍ଠାନରେ ଏବେ ଜଳଖିଆରେ ନିଶ୍ଚିତ ଭାବରେ ରହିବ ଏଠାର ପାରମ୍ପାରିକ ମିଷ୍ଟାନ୍ନ ‘ପାଳୁଅ ଲଡୁ’। ଏହା ଓଡ଼ିଶାର ଖାଦ୍ୟ ଐତିହ୍ୟକୁ ପ୍ରଚାର କରିବା ଉଦ୍ଦେଶ୍ୟରେ ଜିଲ୍ଲାପାଳ ଦିଲୀପ ରାଉତରାଏଙ୍କ ନିର୍ଦ୍ଦେଶକ୍ରମେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି।
ଏନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ଚିଠି ନଂ ୩୩୨ ଜାରି କରି ଅତିରିକ୍ତ ଜିଲ୍ଲାପାଳ, ଜିଲ୍ଲା ପରିଷଦ, ଉପଜିଲ୍ଲାପାଳ, ବିଡିଓ, ତହସିଲଦାର ଓ ସମସ୍ତ ଜିଲ୍ଲାସ୍ତରୀୟ କାର୍ଯ୍ୟାଳୟକୁ ଏଥି ପାଇଁ ଅବଗତ କରାଯାଇଛି।
ପାଳୁଅ ଲଡୁ ଭଦ୍ରକ ଜିଲ୍ଲାର ଅତ୍ୟନ୍ତ ସ୍ବାଦିଷ୍ଟ ମିଷ୍ଟାନ୍ନ। ଏହାକୁ ଜିଆଇ ଟ୍ୟାଗ୍ ମିଳିବା ପାଇଁ ଜିଲ୍ଲା ପ୍ରଶାସନ ପୃଥକ ପ୍ରୟାସ ଜାରି ରଖିଛି। ଏହି ପଦକ୍ଷେପ ଦ୍ୱାରା ଏହି ଖାଦ୍ୟକୁ ସ୍ଥାନୀୟ ଓ ଜାତୀୟ ସ୍ତରରେ ପରିଚିତ କରିବା ଲକ୍ଷ୍ୟ ରହିଛି।
ଜିଲ୍ଲାପାଳ ରାଉତରାଏ କହିଛନ୍ତି ଯେ, “ଭଦ୍ରକର ପାଳୁଅ ଲଡୁ ଅନ୍ୟ ମିଷ୍ଟାନ୍ନ ଠାରୁ ଭିନ୍ନ ଓ ଏଥିରେ ଏକ ପାରମ୍ପାରିକ ସ୍ୱାଦ ରହିଛି। ଏହାକୁ ପ୍ରମୋଟ କରିବା ମାଧ୍ୟମରେ ଜିଲ୍ଲାର ସ୍ଥାନୀୟ ବ୍ୟବସାୟ, ସ୍ୱାବଲମ୍ବନ ଓ ସଂସ୍କୃତିର ସୁରକ୍ଷା ନିଶ୍ଚିତ ହେବ”।
What's Your Reaction?






