ଭଦ୍ରକର ବନ୍ତ ଛକ ନିବାସୀ ଇଞ୍ଜିନିୟର ଦେବଦତ୍ତ ଷଡ଼ଙ୍ଗୀଙ୍କ ଦୁର୍ଘଟଣାରେ ଦୁଃଖଦ ମୃତ୍ୟୁ
ରାତିରେ ବାଇକ୍ ଚଳାଇ ଘରକୁ ଫେରୁଥିବାବେଳେ ଠିଆ ଥିବା ଟ୍ରଲରକୁ ଧକ୍କା, ଭୁବନେଶ୍ୱରରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍

ଭୁବନେଶ୍ୱର : ଭଦ୍ରକ ସହରର ବନ୍ତ ଛକ ନିବାସୀ ଏବଂ ପେଶାରେ ଇଞ୍ଜିନିୟର ଦେବଦତ୍ତ ଷଡ଼ଙ୍ଗୀଙ୍କ ଏକ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଘଟଣା ଗତକାଲି ବିଳମ୍ବିତ ରାତିରେ ଘଟିଥିଲା, ଯେତେବେଳେ ସେ ଚରମ୍ପା ଆଡୁ ନିଜ ବାଇକ୍ ଯୋଗେ ଘରକୁ ଫେରୁଥିଲେ।
୧୬ ନମ୍ବର ଜାତୀୟ ରାଜପଥ ଉପରେ ଡାହାଣୀ ଗାଡ଼ିଆ ଛକ ନିକଟରେ ଠିଆ ଥିବା ଏକ ଟ୍ରଲର ଗାଡ଼ିକୁ ପଛପଟୁ ଧକ୍କା ଦେବାରୁ ଦେବଦତ୍ତ ଗଭୀର ଆହତ ହୋଇଥିଲେ। ଦୁର୍ଘଟଣାରେ ତାଙ୍କ ବେକର ଶିର କଟି ଯାଇ ପ୍ରଚୁର ରକ୍ତସ୍ରାବ ହୋଇଥିଲା। ତାଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା , ପରେ ଅବସ୍ଥା ଗୁରୁତର ଦେଖି ତାଙ୍କୁ ଭୁବନେଶ୍ୱର ଏକ ବେସରକାରୀ ହସ୍ପିଟାଲକୁ ରେଫର୍ କରାଯାଇଥିଲା।
ଚିକିତ୍ସାଧୀନ ଅବସ୍ଥାରେ ସେଠାରେ ତାଙ୍କ ଦେହାନ୍ତ ଘଟିଛି। ଦେବଦତ୍ତଙ୍କ ଅକାଳ ମୃତ୍ୟୁ ଖବର ମିଳିବା ପରେ ପରିବାର, ମିତ୍ରମାନେ ଓ ସ୍ଥାନୀୟ ଲୋକମାନେ ଗଭୀର ଶୋକ ବ୍ୟକ୍ତ କରିଛନ୍ତି।
What's Your Reaction?






