ଭଦ୍ରକର କୁଆ ବାଗମରା ଗ୍ରାମରେ ଚାଷୀଙ୍କ ଅସ୍ପଷ୍ଟ ପରିସ୍ଥିତିରେ ମୃତ୍ୟୁ, ପରିବାରର ହତ୍ୟା ଆଶଙ୍କା

ସକାଳେ ଘରରୁ ବାହାରିବା ପରେ ଚାଷୀଙ୍କ ମୃତଦେହ ବିଲରେ ମିଳିଲା, ଥାନାରେ ହତ୍ୟା ଅଭିଯୋଗ, ପୋଲିସ ତଦନ୍ତ ଆରମ୍ଭ କରିଛି

Jul 31, 2025 - 15:59
 0  2
ଭଦ୍ରକର କୁଆ ବାଗମରା ଗ୍ରାମରେ ଚାଷୀଙ୍କ ଅସ୍ପଷ୍ଟ ପରିସ୍ଥିତିରେ ମୃତ୍ୟୁ, ପରିବାରର ହତ୍ୟା ଆଶଙ୍କା

ଭୁବନେଶ୍ୱର : ଭଦ୍ରକ ବ୍ଲକ୍‌ ଅନ୍ତର୍ଗତ ଗେଲଟୁଆ ପଞ୍ଚାୟତର କୁଆ ବାଗମରା ଗ୍ରାମର ୬୨ ବର୍ଷୀୟ ଚାଷୀ ସନ୍ତୋଷ ମଲ୍ଲିକଙ୍କ ଗୁରୁବାର ସକାଳେ ସନ୍ଦିଗ୍ଧ ପରିସ୍ଥିତିରେ ମୃତ୍ୟୁ ଘଟିଛି। ସକାଳ ୫ଟା ସମୟରେ ଘରୁ ବାହାରିଥିବା ସନ୍ତୋଷଙ୍କ ଶବ ଗ୍ରାମ ନିକଟସ୍ଥ ବିଲ ଉପରେ ପଡ଼ିଥିବା ଦେଖି ଗ୍ରାମବାସୀମାନେ ପରିବାରକୁ ସୂଚନା ଦେଇଥିଲେ।

ପରେ ତାଙ୍କ ଶବକୁ ଭଦ୍ରକ ମୁଖ୍ୟ ଚିକିତ୍ସାଳୟକୁ ନେଯାଇଥିଲା, ଯେଉଁଠାରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଛନ୍ତି। ପରିବାର ଲୋକଙ୍କ ଅନୁସାରେ ଏହା ସ୍ବାଭାବିକ ମୃତ୍ୟୁ ନୁହେଁ ବୋଲି ଦାବି କରାଯାଇଛି। ସେମାନଙ୍କ ଅନୁମାନ ଅନୁଯାୟୀ, କାହାରୋ ହାତରେ ସନ୍ତୋଷଙ୍କ ହତ୍ୟା ହୋଇ ଶବକୁ ବିଲରେ ପକାଇ ଦିଆଯାଇଛି।

ଘଟଣା ସନ୍ଦର୍ଭରେ ପରିବାର ଲୋକେ ଭଦ୍ରକ ଗ୍ରାମାଞ୍ଚଳ ଥାନାରେ ଲିଖିତ ଅଭିଯୋଗ ଦାଖଲ କରିଛନ୍ତି। ପୋଲିସ ପକ୍ଷରୁ ମୃତଦେହର ପୋଷ୍ଟମର୍ଟମ୍ କରାଯାଇଛି ଏବଂ ଏହା ପରେ ଶବକୁ ପରିବାରକୁ ହସ୍ତାନ୍ତର କରାଯାଇଛି। ଥାନା ପକ୍ଷରୁ ଅଭିଯୋଗ ଅନୁସାରେ ଘଟଣାର ପୂରା ତଦନ୍ତ ଆରମ୍ଭ ହୋଇଛି।

What's Your Reaction?

like

dislike

love

funny

angry

sad

wow