ଢେଙ୍କାନାଳ ହାତୀ ଆକ୍ରମଣ: ମୃତ ୩ ଜଣଙ୍କ ପରିବାରକୁ ମିଳିବ କ୍ଷତିପୂରଣ, ଫରେଷ୍ଟର ସସପେଣ୍ଡ

ଘଟଣା ପରେ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ଘୋଷଣା କଲେ ମୃତକଙ୍କ ପରିବାର ପାଇଁ ସହଯୋଗ, ପ୍ରତିବାଦରେ ହୋଇଥିଲା ରାସ୍ତାରୋକ

Jul 31, 2025 - 16:07
 0  0
ଢେଙ୍କାନାଳ ହାତୀ ଆକ୍ରମଣ: ମୃତ ୩ ଜଣଙ୍କ ପରିବାରକୁ ମିଳିବ କ୍ଷତିପୂରଣ, ଫରେଷ୍ଟର ସସପେଣ୍ଡ

ଭୁବନେଶ୍ୱର : ଢେଙ୍କାନାଳ ଜିଲ୍ଲାର ବାଗଧରିଆ ଗାଁରେ ଗୁରୁବାର ସକାଳେ ହାତୀ ଆକ୍ରମଣରେ ମୃତ ୩ ଜଣଙ୍କ ପରିବାରକୁ ରାଜ୍ୟ ସରକାର କ୍ଷତିପୂରଣ ଦେବ ବୋଲି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ଘୋଷଣା କରିଛନ୍ତି। ସେ ‘ଏକ୍ସ’ ମାଧ୍ୟମରେ ଏହି ସୂଚନା ଦେଇ ମୃତକଙ୍କ ଆତ୍ମାର ଶାନ୍ତି ଓ ପରିବାରବର୍ଗ ପାଇଁ ସମବେଦନା ଜଣାଇଛନ୍ତି।

ଘଟଣା ସନ୍ଦର୍ଭରେ ତିନି ଜଣ ଗ୍ରାମବାସୀ — କରୁଣାକର ଦେହୁରୀ, ଝୁଲଣ ଦେହୁରୀ ଓ ଶଶି ସାହୁ — ଶୌଚ କାର୍ଯ୍ୟ ପାଇଁ ବାହାରିଥିବାବେଳେ ଜଙ୍ଗଲରୁ ଆସିଥିବା ବନ୍ୟ ହାତୀଙ୍କ ଆକ୍ରମଣରେ ଜୀବନ ହାରାଇଥିଲେ।

ଏହି ମୃତ୍ୟୁ ଘଟଣା ପରେ ଗ୍ରାମବାସୀ ତୀବ୍ର ପ୍ରତିବାଦରେ ଅନୁଗୁଳ-ଭୁବନେଶ୍ବର ରାସ୍ତା ସାତମାଇଲ ଛକରେ ମୃତଦେହ ରଖି ରାସ୍ତାରୋକ କରିଥିଲେ। ଫଳରେ ଯାତାୟାତ ପୂର୍ଣ୍ଣରୂପେ ବିଘ୍ନିତ ହୋଇଥିଲା। ପରେ ପ୍ରଶାସନ ଘଟଣାସ୍ଥଳକୁ ପହଞ୍ଚି ଗ୍ରାମବାସୀଙ୍କ ସହ ବୁଝାସୁଝା କରି ରାସ୍ତାରୋକ ହଟାଇଥିଲା।

ଏହି ଘଟଣା ଉପରେ ପ୍ରତିକ୍ରିୟା ଦେଇ ବନ ବିଭାଗ ଇନଚାର୍ଜ ଫରେଷ୍ଟର ଲୁସ୍ମିତା ସିଂକୁ ଜବାବଦେହି ଠାପି ସସପେଣ୍ଡ କରାଯାଇଛି। ଏହା ସହ ହାତୀ ଆକ୍ରମଣ ବନ୍ଦ କରିବା ପାଇଁ ଅତି ଶୀଘ୍ର କ୍ରମିକ ଉପାୟ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ ଘୋଷଣା କରିଛନ୍ତି।

What's Your Reaction?

like

dislike

love

funny

angry

sad

wow