ମୟୂରଭଞ୍ଜରେ ଯୁବକଙ୍କ ଆତ୍ମହତ୍ୟା ସନ୍ଦେହ, ଘରୁ ଝୁଲନ୍ତା ଶବ ଉଦ୍ଧାର
ପାରିବାରିକ ଅଶାନ୍ତିରେ ଆତ୍ମହତ୍ୟା କରିଥିବା ସନ୍ଦେହ, ବୈଶିଙ୍ଗା ପୁଲିସ ତଦନ୍ତ ଆରମ୍ଭ କଲା

ଭୁବନେଶ୍ୱର : ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଅଧୀନ ଦୁର୍ଗାପୁର ଗ୍ରାମର ୨୪ ବର୍ଷୀୟ ଯୁବକ ରାଜେନ୍ଦ୍ରଙ୍କ ଝୁଲନ୍ତା ମୃତଦେହ ତାଙ୍କ ନିଜ ଶୋଇବା ଘରୁ ବୁଧବାର ଉଦ୍ଧାର ହୋଇଛି। ପୁଲିସ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।
ସୂତ୍ର ଅନୁଯାୟୀ, ରାଜେନ୍ଦ୍ର ସାମାନ୍ୟ ମାନସିକ ଅସୁସ୍ଥତାରେ ଭୋଗୁଥିଲେ ଏବଂ ସ୍ତ୍ରୀ ପ୍ରମିଳା ସହ କଳହ ଚାଲୁଥିଲା। ପ୍ରମିଳା ୧୫ ଦିନ ପୂର୍ବରୁ ଦୁଇ ଝିଅ ସହିତ ମା ଘରକୁ ଚାଲିଯାଇଥିଲେ। ଏହା ପରେ ରାଜେନ୍ଦ୍ର ମା’ ବଉଳ ଦେହୁରୀ ସହିତ ଘରେ ରହୁଥିଲେ।
ବୁଧବାର ସକାଳେ ବଉଳ ଘରର କବାଟ ଖୋଲି ନଥିବା ଦେଖି ସନ୍ଦେହ ହୋଇ ସାହିଲୋକଙ୍କ ସହଯୋଗରେ ଦ୍ୱାର ଭାଙ୍ଗିଲେ ଓ ଭିତରେ ରାଜେନ୍ଦ୍ରଙ୍କ ଝୁଲନ୍ତା ଶବ ଦେଖି ପୁଲିସକୁ ଖବର ଦେଲେ।
ଘଟଣା ସ୍ଥଳରେ ବୈଶିଙ୍ଗା ଇନ୍ସପେକ୍ଟର ଦେବାଶିଷ ମଣ୍ଡଳ ପହଞ୍ଚି ଶବ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛନ୍ତି। ଶବକୁ ବ୍ୟବଚ୍ଛେଦ ପାଇଁ ବାରିପଦା ଡାକ୍ତରଖାନାକୁ ପଠାଯାଇଛି।
What's Your Reaction?






