ବ୍ରିଜରୁ ଡେଇଁ ଜୀବନ ହାରିବା ଉଦ୍ୟମ

ବଳଙ୍ଗା ଭାର୍ଗବୀ ବ୍ରିଜରୁ ନଦୀକୁ ଝାପ ଦେଲେ ମହିଳା, ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ

Jul 30, 2025 - 16:45
 0  0
ବ୍ରିଜରୁ ଡେଇଁ ଜୀବନ ହାରିବା ଉଦ୍ୟମ

ଭୁବନେଶ୍ୱର : ବଳଙ୍ଗା ଭାର୍ଗବୀ ନଦୀ ବ୍ରିଜରୁ ଏକ ମହିଳା ଜୀବନ ହାରିବା ପାଇଁ ଝାପ ଦେବାର ଉଦ୍ୟମ କରିଥିବା ଘଟଣା ଆଲୋକରେ ଆସିଛି। ଉଦ୍ଧାର ପରେ ଗୁରୁତର ଅବସ୍ଥାରେ ତାଙ୍କୁ ମଙ୍ଗଳପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ତାଙ୍କର ମୁଣ୍ଡରେ ଗଭୀର ଆଘାତ ଲାଗିଛି ବୋଲି ଚିକିତ୍ସକମାନେ ସୂଚନା ଦେଇଛନ୍ତି।

ଘଟଣା ସମୟରେ ବ୍ରିଜ ନିକଟରେ ଥିବା ଚାରି ଜଣ ଯୁବକ ମହିଳାଙ୍କୁ ଡେଇଁଯିବା ବେଳେ ଦେଖି ତ୍ୱରିତ ପ୍ରତିକ୍ରିୟା ଦେଇ ଉଦ୍ଧାର କରିଥିଲେ। ସେମାନଙ୍କ ସତର୍କତା ଓ ସାହସିକତା ଦ୍ୱାରା ମହିଳାଙ୍କ ଜୀବନ ରକ୍ଷା ପାଇଛି।

ମହିଳା ଜଣଙ୍କ ବଳଙ୍ଗା ନରୁଡ଼ା ଅଞ୍ଚଳର ବୋଲି ଚିହ୍ନଟ ହୋଇଛି। ତେବେ ତିନି କାହିଁକି ଏପରି ଜୀବନ ହାରିବା ଉଦ୍ୟମ କଲେ, ଏନେଇ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ତଥ୍ୟ ମିଳିନାହିଁ। ଘଟଣା ବିଷୟରେ ଅନୁସନ୍ଧାନ ଜାରି ରହିଛି।

What's Your Reaction?

like

dislike

love

funny

angry

sad

wow