ଜଳପ୍ରପାତରେ ବୁଡ଼ି ଯୁବକ ନିଖୋଜ

କେନ୍ଦୁଝର-ଅନୁଗୁଳ ସୀମାନ୍ତରେ ଦୁର୍ଘଟଣା

Aug 30, 2025 - 17:00
 0  0
ଜଳପ୍ରପାତରେ ବୁଡ଼ି ଯୁବକ ନିଖୋଜ

ଭୁବନେଶ୍ୱର : କେନ୍ଦୁଝର-ଅନୁଗୁଳ ସୀମାନ୍ତର ନଗୀରା ଗର୍ଜନ ଖୋଲ ଜଳପ୍ରପାତରେ ଜଣେ ଯୁବକ ବୁଡ଼ି ନିଖୋଜ ହୋଇଛନ୍ତି। ବାଂଶପାଳ ବ୍ଲକର ବାଲରାଇ ଗାଁର ଲିପୁନ୍ କୁମାର ବେହେରା (୨୩) ଗତକାଲି ୩ ସାଙ୍ଗଙ୍କ ସହ ପ୍ରପାତ ବୁଲିବାକୁ ଯାଇଥିଲେ। ସେମାନେ ଗାଧୋଇବା ସମୟରେ ଲିପୁନ୍ ପାଣିରେ ବୁଡ଼ି ଯାଇଥିଲେ।

ଘଟଣା ପରେ ବାଂଶପାଳର ଦମକଳ ବାହିନୀ ତୁରନ୍ତ ସ୍ଥଳରେ ପହଞ୍ଚି ଖୋଜାଖୋଜି ଆରମ୍ଭ କରିଥିଲେ। ହେଲେ ରାତି ହୋଇଯାଇଥିବାରୁ ଗତକାଲି କାର୍ଯ୍ୟ ବନ୍ଦ ହୋଇଥିଲା। ଆଜି ସକାଳୁ ପୁନର୍ବାର ଉଦ୍ଧାର କାର୍ଯ୍ୟ ଜାରି ହୋଇଛି।

ଏହି ଜଳପ୍ରପାତ ବହୁ ଗଭୀର ଥିବାରୁ ଖୋଜାକାର୍ଯ୍ୟ ବାଧା ପାଇଛି। ଅସାବଧାନତାରୁ ବାରମ୍ବାର ଏପରି ଘଟଣା ଘଟୁଥିବାରୁ ଗ୍ରାମବାସୀ ଚିନ୍ତା ବ୍ୟକ୍ତ କରିଛନ୍ତି। ପରିବାର ସଦସ୍ୟ ଓ ସ୍ଥାନୀୟମାନେ ଘଟଣାରେ ଦୁଃଖରେ ଭାଙ୍ଗିପଡ଼ିଛନ୍ତି।

What's Your Reaction?

like

dislike

love

funny

angry

sad

wow