ରାକ୍ଷୀ ଅବସରରେ ମହିଳାଙ୍କ ପାଇଁ ଖୁସିଖବର: ୯ ଅଗଷ୍ଟରେ ମିଳିବ ସୁଭଦ୍ରା ଯୋଜନାର ତୃତୀୟ କିସ୍ତି
ଯେଉଁମାନେ ଦ୍ୱିତୀୟ କିସ୍ତି ପାଇନାହାନ୍ତି ସେମାନଙ୍କ ତଥ୍ୟ ପୁନଃଯାଞ୍ଚ, ଘରେ ଘରେ ଯିବେ ଅଙ୍ଗନୱାଡି କର୍ମୀ

ଭୁବନେଶ୍ୱର : ଓଡ଼ିଶାର ମହିଳାଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ସେ କହିଛନ୍ତି ଯେ, ଆସନ୍ତା ୯ ଅଗଷ୍ଟ ରାକ୍ଷୀ ଅବସରରେ ମହିଳାମାନେ ସୁଭଦ୍ରା ଯୋଜନାର ତୃତୀୟ କିସ୍ତିର ଟଙ୍କା ପାଇପାରିବେ।
ଯେଉଁମାନେ ଦ୍ୱିତୀୟ କିସ୍ତି ପାଇନାହାନ୍ତି, ସେମାନଙ୍କ ତଥ୍ୟ ରିଭ୍ୟୁ କରାଯିବ। ଆସନ୍ତା ୨ ଦିନ ମଧ୍ୟରେ ସମ୍ପୂର୍ଣ୍ଣ ହିତାଧିକାରୀ ତାଲିକାକୁ ପୁନଃ ଯାଞ୍ଚ କରାଯିବ। ଯେଉଁ ମହିଳାଙ୍କ ଆବେଦନରେ କିଛି ତ୍ରୁଟି ଅଛି, ସେମାନଙ୍କୁ ଫୋନ କରି ସୂଚନା ଦିଆଯିବ। ଘରୁ ଘରକୁ ଯାଇ ଅଙ୍ଗନୱାଡି କର୍ମୀମାନେ ତଥ୍ୟ ସଂଗ୍ରହ କରିବେ।
ସରକାର ପ୍ରତିଶ୍ରୁତ ହୋଇଛି, ଯେଉଁମାନେ ଯୋଗ୍ୟ ହିତାଧିକାରୀ ତେବେ ପ୍ରତ୍ୟେକ ହେଉନ୍ତୁ ସୁଭଦ୍ରା ଯୋଜନାର ସମସ୍ତ କିସ୍ତି ଟଙ୍କା ମିଳିବ। ତାଲିକା ଶେଷ ନଥିଲେ ମଧ୍ୟ ଅଭିଯାନ ଚାଲିରହିବ। ସରକାରଙ୍କ ଲକ୍ଷ୍ୟ— ସମସ୍ତ ଯୋଗ୍ୟ ମହିଳାଙ୍କ ପାଖେ ସୁଭଦ୍ରା ଯୋଜନାର ଟଙ୍କା ପହଁଚାଇବା।
ଅପେକ୍ଷାରେ ଥିବା ହିତାଧିକାରୀଙ୍କ ପାଇଁ ଏହି ଘୋଷଣା ନିଶ୍ଚିତଭାବେ ଏକ ଖୁସିଖବର ଓ ଆଶା ଆଣିଛି ।
What's Your Reaction?






