ହିନ୍ଦୋଳରେ ଫାଷ୍ଟଫୁଡ଼ ବ୍ୟବସାୟୀଙ୍କ ସନ୍ଦେହଜନକ ମୃତ୍ୟୁ
ହାତୀ ଆକ୍ରମଣ ନା କିଛି ଅନ୍ୟ ରହସ୍ୟ? ପୋଲିସ ତଦନ୍ତ ଜାରି

ଭୁବନେଶ୍ୱର : ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଥାନା କୁରୁମିଠା ଠାରେ ଏକ ସନ୍ଦେହ ଜନକ ଅବସ୍ଥାରେ ଫାଷ୍ଟଫୁଡ଼ ବ୍ୟବସାୟୀ ଶୁଶାନ୍ତ ପ୍ରଧାନଙ୍କ (ବୟସ ୨୮) ମୃତଦେହ ଠାବ ହୋଇଛି। ସେ ବାଲିମୀ ଗ୍ରାମର ବାସିନ୍ଦା ଓ ମହିଧରପୁରରେ ଦୋକାନ ଚଳାଉଥିଲେ। ପରିବାର ଲୋକଙ୍କ ଅନୁସାରେ, ସେ ହାତୀ ଆକ୍ରମଣରେ ପ୍ରାଣ ହାରାଇଥିବା ସନ୍ଦେହ ଅଛି।
ମୃତ୍ୟୁ ପରେ ତାଙ୍କ ସ୍ତ୍ରୀ ଦୁଃଖରେ କାନ୍ଦିକାଟୁଥିବା ବେଳେ, ଗାଁ ଜଣେ ଅନ୍ୟ ଅପରାଧର ସନ୍ଦେହ କରୁଛି। ଏହା ହାତୀ ଆକ୍ରମଣ ନା ଅନ୍ୟ କୌଣସି ଯୋଜନାମୂଳକ ହତ୍ୟା—ଏହି ନେଇ ହିନ୍ଦୋଳ ପୋଲିସ ତଦନ୍ତ ଆରମ୍ଭ କରିଛି। ଏସଡିପିଓ କହିଛନ୍ତି ଯେ, ଘଟଣାର ସତ୍ୟତା ଶୀଘ୍ର ସାମ୍ନାକୁ ଆସିବ।
What's Your Reaction?






