ପୂର୍ବତନ ମୁଖ୍ୟ ସଚିବ ଡ. ସୁବାସ ପାଣିଙ୍କ ପରଲୋକ

ସାହିତ୍ୟ ଓ ଶାସନ କ୍ଷେତ୍ରରେ ଏକ ଅପୂରଣୀୟ କ୍ଷତି

Aug 4, 2025 - 17:13
 0  0
ପୂର୍ବତନ ମୁଖ୍ୟ ସଚିବ ଡ. ସୁବାସ ପାଣିଙ୍କ ପରଲୋକ

ଭୁବନେଶ୍ୱର : ଭାରତୀୟ ପ୍ରଶାସନ ଓ ସାହିତ୍ୟ କ୍ଷେତ୍ରର ଏକ ଦୀପସିଖା, ପୂର୍ବତନ ମୁଖ୍ୟ ସଚିବ ଡ. ସୁବାସ ପାଣିଙ୍କ ଦେହାନ୍ତ ହୋଇଛି। ବୟସ ୭୬ ବର୍ଷ ଥିବା ଡ. ପାଣିଙ୍କ ଆଜି ଭୁବନେଶ୍ୱର ସତ୍ୟନଗର ଶ୍ମଶାନ ଘାଟରେ ଶେଷକୃତ୍ୟ ହେବ। ସେ ଜଣେ ବିଶିଷ୍ଟ ଲେଖକ, ଅନୁବାଦକ, ସଙ୍ଗୀତ ରଚୟିତା ଓ ସୃଜନଶୀଳ ଦାର୍ଶନିକ ଭାବରେ ଓଡ଼ିଶାରେ ଖ୍ୟାତି ଅର୍ଜନ କରିଥିଲେ।

ତାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଗଭୀର ଶୋକ ପ୍ରକାଶ କରି, ଏହାକୁ ସମସ୍ତଙ୍କ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ବର୍ଣ୍ଣନା କରିଛନ୍ତି। ତାଙ୍କ ଅବଦାନ ସଦା ସ୍ମରଣ ରହିବ।

What's Your Reaction?

like

dislike

love

funny

angry

sad

wow