ଟ୍ରେଲର୍‌ ଧକ୍କାରେ ଦୁଇଜଣଙ୍କ ମୃତ୍ୟୁ, ଜଣେ ଗୁରୁତର

ବୁଗୁଡ଼ା-ଆସିକା ରାସ୍ତାରେ ମର୍ମନ୍ତୁଦ ଦୁର୍ଘଟଣା, ଶୋକମଗ୍ନ ପରିବାର

Aug 7, 2025 - 15:24
 0  0
ଟ୍ରେଲର୍‌ ଧକ୍କାରେ ଦୁଇଜଣଙ୍କ ମୃତ୍ୟୁ, ଜଣେ ଗୁରୁତର

ଭୁବନେଶ୍ୱର : ଗଞ୍ଜାମ ଜିଲ୍ଲା ବୁଗୁଡ଼ା-ଆସିକା ରାସ୍ତାରେ ଷୋଳମଇଲି ନିକଟରେ ଏକ ଦୁଃଖଦ ସଡ଼କ ଦୁର୍ଘଟଣା ଘଟିଛି । ଟ୍ରେଲର୍ ଚକା ତଳେ ପଡ଼ି ବେତାରସିଂ ଗ୍ରାମର ଶଶାଙ୍କ ମହାରଣା (୪୨) ଓ ସୁବୁଦ୍ଧିପଲ୍ଲୀ ଗ୍ରାମର ଖଦାଳ ମହାରଣା (୭୯)ଙ୍କ ମୃତ୍ୟୁ ଘଟିଛି। ବୁଲେଟ୍ ଚାଳକ ଲକ୍ଷ୍ମୀନାରାୟଣ ବେହେରା ଗୁରୁତର ଅବସ୍ଥାରେ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି।

ସୂଚନା ଅନୁଯାଇ ବୁଲେଟ ଟି  ଟ୍ରେଲରକୁ ଓଭରଟେକ କରୁଥିବା ବେଳେ ସାମ୍ନା ପଟୁ ଆସୁଥିବା ବାଇକରେ ଧକା ହୋଇଥିଲା।  ଧକ୍କା ହେବା ପରେ ଦୁଇ ବାଇକ ଚାଳକ ଟ୍ରେଲର ଚକା ତଳକୁ ଆସି ଜୀବନ ହରାଇଥିଲେ ।

ମୃତକ ଶଶାଙ୍କଙ୍କ ବାପାଙ୍କ ଶୁଦ୍ଧିକ୍ରିୟା ସରିବା ପରେ ସମ୍ପର୍କୀୟମାନେଙ୍କୁ ନୂଆ ଲୁଗା ଦେବାକୁ ଯିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା। ଟ୍ରେଲର୍‌ ଚାଳକଙ୍କୁ ଅଟକ କରି ପୁଲିସ ଏକ ମାମଲା ରୁଜୁ କରିଛି।

What's Your Reaction?

like

dislike

love

funny

angry

sad

wow