ଏଥର ଘରେ ବସି ହେବ ରାଜସ୍ୱ ସେବା l

ମୋବାଇଲ ଆପ୍‌ ଦ୍ୱାରା ଏବେ ଘରେ ବସି ମିଳିବ ରେଜିଷ୍ଟ୍ରେସନ ସେବା, ମୁଖ୍ୟମନ୍ତ୍ରୀ ଉନ୍ମୋଚନ କଲେ ଇ-ରେଜିଷ୍ଟ୍ରେସନ ଆପ୍‌

Jun 25, 2025 - 17:03
 0  0
ଏଥର ଘରେ ବସି ହେବ ରାଜସ୍ୱ ସେବା l

ଭୁବନେଶ୍ୱର : ଏବେ ରେଜିଷ୍ଟ୍ରେସନ କାମ ପାଇଁ ତହସିଲ କାର୍ଯ୍ୟାଳୟକୁ ବାରମ୍ବାର ଯିବା ଦରକାର ନାହିଁ। ଘରେ ବସି ମୋବାଇଲ ଆପ୍‌ ଦ୍ୱାରା ମିଳିବ ସମସ୍ତ ରାଜସ୍ୱ ସେବା। ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆଜି ଇ-ରେଜିଷ୍ଟ୍ରେସନ ଆପ୍‌ ଓ ବାର୍ଷିକ ସଫଳତା ପୁସ୍ତିକାର ଉନ୍ମୋଚନ କରିଛନ୍ତି।

ଏହି ଆପ୍‌ ଦ୍ୱାରା ଘରେ ବସି ଏହି ଆପ୍ ଦ୍ୱାରା ରେଜିଷ୍ଟ୍ରେସନ ଡିଡ୍ ପାଇଁ ସ୍ଲଟ୍ ବୁକିଙ୍ଗ, ସାର୍ଟିଫାଏଡ୍ କପି ଓ ଇସି ପାଇଁ ଆବେଦନ କରିହେବ।ପାଇଁ ଆବେଦନ କରାଯାଇ ପାରିବ । ଜମିର ବେଞ୍ଚମାର୍କ ମାର୍କେଟ୍ ଭାଲ୍ୟୁ ଓ ସବ୍-ରେଜିଷ୍ଟ୍ରାର ଅଫିସ ବିଷୟରେ ତଥ୍ୟ ମଧ୍ୟ ମିଳିପାରିବ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏହି ଡିଜିଟାଲ ପ୍ଲାଟଫର୍ମ ଦ୍ୱାରା ସରକାର ରାଜସ୍ୱ ବ୍ୟବସ୍ଥାରେ ଏକ ବଡ ମାଇଲସ୍ଟୋନ୍ ସ୍ଥାପନ କରିଛି। ତେଣୁ ଏବେ ସାଧାରଣ ଲୋକ ଆସାନୀରେ ଏବଂ ସୁବିଧାଜନକ ଭାବରେ ସେବା ମିଳାଇପାରିବେ।

ରାଜ୍ୟରେ ଶାସନ ପରିବର୍ତ୍ତନ ପରେ ରାଜସ୍ୱ ବ୍ୟବସ୍ଥାରେ ବୃହତ୍ ସଂସ୍କାର ଆଣି ବିକାଶ ଓ ଉନ୍ନତି ଦିଗରେ ଏକ ଦୃଢ଼ ପଦକ୍ଷେପ ଗ୍ରହଣ କରାଯାଇଛି।

What's Your Reaction?

like

dislike

love

funny

angry

sad

wow