ଆମ ବସ୍ ଧକ୍କାରେ ଯୁବକଙ୍କ ମୃତ୍ୟୁ, ଘଟଣାସ୍ଥଳରେ ଉତ୍ତେଜନା
ବାରଙ୍ଗ ଛକ ନିକଟରେ ବସ୍-ବାଇକ ଧକ୍କା; ଉତ୍ୟକ୍ତ ଲୋକମାନେ କଲେ ବସ ଭଙ୍ଗାରୁଜା

ଭୁବନେଶ୍ୱର : ବାରଙ୍ଗ ବ୍ଲକ ଛକ ନିକଟରେ ଘଟିଥିବା ଏକ ଦୁଃଖଦ ଦୁର୍ଘଟଣାରେ ଆମ ବସ୍ ଧକ୍କାରେ ଏକ ବାଇକ ଚାଳକଙ୍କ ମୃତ୍ୟୁ ଘଟିଛି । ମୃତ ଯୁବକଙ୍କୁ ଶୁଭେନ୍ଦୁ ପରିଡ଼ା ବୋଲି ପରିଚୟ କରାଯାଇଛି, ଯିଏ କଟକ ରାଣୀହାଟ ବେହେରା ସାହି ଅଞ୍ଚଳର ବାସିନ୍ଦା ।
ଖବର ଅନୁସାରେ, ଶୁଭେନ୍ଦୁ ଭୁବନେଶ୍ୱରରୁ କଟକ ଅଭିମୁଖେ ବାଇକ୍ରେ ଯାଉଥିବା ବେଳେ ୧୮ ନଂ ରୁଟ ଆମ ବସ୍ ତାଙ୍କ ବାଇକ୍କୁ ଧକ୍କା ଦେଇ ଉପରେ ଚଢ଼ି ଯାଇଥିଲା । ଘଟଣାସ୍ଥଳରେ ଶୁଭେନ୍ଦୁଙ୍କ ମୃତ୍ୟୁ ଘଟିଥିଲା ।
ଘଟଣା ପରେ ସ୍ଥାନୀୟ ଲୋକମାନେ ବ୍ୟାପକ ଭାବେ ଉତ୍ତେଜିତ ହୋଇ ବସକୁ ଭଙ୍ଗାରୁଜା କରିଥିଲେ । ଘଟଣାସ୍ଥଳରେ ଜମା ହୋଇଥିବା ଲୋକମାନେ ଯାତାୟାତ ବାଧା କରିଥିବା ଖବର ମିଳିଛି । ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ ହୋଇଛି ।
What's Your Reaction?






