ସୌମ୍ୟାଶ୍ରୀଙ୍କ ଅନ୍ତିମ ସଂସ୍କାର ପଳାସିଆରେ ସମ୍ପନ୍ନ, ଅଶ୍ରୁଭରା ବିଦାୟ ଦେଲେ ହଜାର ଲୋକ
୬୦ ଘଣ୍ଟା ଜୀବନ ଯୁଦ୍ଧ ପରେ ଛାତ୍ରୀ ସୌମ୍ୟାଶ୍ରୀଙ୍କ ବିୟୋଗ, ଅନ୍ତିମ ଯାତ୍ରାରେ ସାମିଲ ହେଲେ ଜଣେତା ବ୍ୟକ୍ତିତ୍ୱ

ଭୁବନେଶ୍ୱର : ବାଲେଶ୍ବର ଫକୀରମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟର ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ଅନ୍ତିମ ସଂସ୍କାର ତାଙ୍କ ଜନ୍ମଗ୍ରାମ ପଳାସିଆ ଗାଁରେ ଅତ୍ୟନ୍ତ ଶୋକସଂବେଦନା ମଧ୍ୟରେ ସମ୍ପନ୍ନ ହୋଇଛି। ଶେଷ ଦର୍ଶନ ପାଇଁ ହଜାର ହଜାର ଲୋକ ଏସିଥିଲେ ଓ ଅଶ୍ରୁଭିନ୍ନ ଚକ୍ଷୁରେ ବିଦାୟ ଦେଇଥିଲେ।
ଏହି ଅବସରରେ ବାଲେଶ୍ବର ସାଂସଦ ପ୍ରତାପ ଷଡ଼ଙ୍ଗୀ, ଭୋଗରାଇ ବିଧାୟକ ଗୌତମବୁଦ୍ଧ ଦାସ ଓ ସଦର ବିଧାୟକ ମାନସ ଦତ୍ତ ଉପସ୍ଥିତ ଥିଲେ। ଶେଷ ସଂସ୍କାର ପୂର୍ବରୁ ଗାଁରେ ସଂକୀର୍ତ୍ତନ କରାଯାଇଥିଲା। ଗାଁ ଓ ପାଖାପାଖି ଅଞ୍ଚଳରେ ଶୋକମୂଚ୍ଛା ପରିବେଶ ଓ ବ୍ୟାପକ ପୁଲିସ ମୁତୟନ ଦେଖିବାକୁ ମିଳିଛି।
ସୌମ୍ୟାଶ୍ରୀଙ୍କ ମୃତ୍ୟୁ ପୂର୍ବରୁ ଏମ୍ସ ଭୁବନେଶ୍ବରରେ ୬୦ ଘଣ୍ଟା ଧରି ଜୀବନ ଯୁଦ୍ଧ ଚାଲିଥିଲା, କିନ୍ତୁ ସୋମବାର ବିଳମ୍ବିତ ରାତିରେ ତାଙ୍କୁ କ୍ଲିନିକାଲ୍ ଡେଥ୍ ଘୋଷଣା କରାଯାଇଛି।
What's Your Reaction?






