ଭଉଣୀ ଜ୍ୱାଇଁଙ୍କ ଶେଷ ଦର୍ଶନ ପାଇଁ ଯିବା ବେଳେ ଦୁର୍ଘଟଣା, ଶଳାଭାଉଜଙ୍କ ମୃତ୍ୟୁ

ଢେଙ୍କାନାଳ ଜିଲ୍ଲାରେ ଅଭାବନୀୟ ଘଟଣା, ଆହତ ପୁଅ ଚିକିତ୍ସାଧୀନ

Aug 5, 2025 - 17:58
 0  0
ଭଉଣୀ ଜ୍ୱାଇଁଙ୍କ ଶେଷ ଦର୍ଶନ ପାଇଁ ଯିବା ବେଳେ ଦୁର୍ଘଟଣା, ଶଳାଭାଉଜଙ୍କ ମୃତ୍ୟୁ

ଭୁବନେଶ୍ୱର : ଢେଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ଅଞ୍ଚଳରେ ଏକ ଦୁଃଖଦ ଘଟଣା ଘଟିଛି। ଏଠାରେ ଭଉଣୀ ଜ୍ୱାଇଁଙ୍କ ଶେଷ ଦର୍ଶନ ପାଇଁ ଯାଉଥିବା ବେଳେ ଗୀତାଞ୍ଜଳି ବେହେରା (୪୦) ନାମକ ମହିଳା ଜଣଙ୍କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ସେ ତାଙ୍କର ପୁଅ ଶକ୍ତିରଂଜନ ବେହେରା (୧୮) ସହ ବାଇକରେ ଜାଉଥିଲେ। ଗୁଡ଼ିଆକାଟେଣି-ହିନ୍ଦୋଳ ରାସ୍ତାରେ ବଦାଳୁ ନିକଟରେ ଏକ ଅଜଣା ଗାଡ଼ି ଧକ୍କା ଦେଇ ଫେରାର ହୋଇଯାଇଥିଲା।

ଘଟଣାସ୍ଥଳରେ ଗୀତାଞ୍ଜଳିଙ୍କ ମୃତ୍ୟୁ ଘଟିଥିଲା ଓ ପୁଅ ଗୁରୁତର ଆହତ ହୋଇଛନ୍ତି। ଘଟଣା ପରେ ଉତ୍ତ୍ୟକ୍ତ ଗ୍ରାମବାସୀ ରାସ୍ତାରୋକ କରି ଦାବି କରୁଛନ୍ତି ଯେ, ଦୁଃଖଦ ଘଟଣା ସଂପୃକ୍ତ ଚାଳକଙ୍କୁ ଗିରଫ କରାଯାଉ ଓ ପରିବାରକୁ କ୍ଷତିପୂରଣ ଦିଆଯାଉ।

What's Your Reaction?

like

dislike

love

funny

angry

sad

wow