ପ୍ରଧାନମନ୍ତ୍ରୀ ମୋଦୀଙ୍କ ୨୦ ତାରିଖରେ ଓଡ଼ିଶା ଗସ୍ତ
ବିଜେପି ସରକାରଙ୍କ ପ୍ରଥମ ବାର୍ଷିକୀ ପାଳନ ଉତ୍ସବରେ ଯୋଗଦେବେ ନରେନ୍ଦ୍ର ମୋଦି

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୁନ୍ ୨୦ ତାରିଖରେ ଓଡ଼ିଶା ଗସ୍ତରେ ଆସିବେ । ଏହି ଗସ୍ତ ଅବସରରେ ସେ ଭୁବନେଶ୍ୱରର ଜନତା ମଇଦାନରେ ଅନୁଷ୍ଠିତ ହେବାକୁ ଥିବା ବିଜେପି ସରକାରଙ୍କ ପ୍ରଥମ ବାର୍ଷିକୀ ଉତ୍ସବରେ ଯୋଗଦେବେ । ଏନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି ।
ଏହି କାର୍ଯ୍ୟକ୍ରମରେ ବିଜେପି ସରକାର ଏକ ବର୍ଷର ସଫଳତା ଉପସ୍ଥାପନ କରିବ । ରାଜ୍ୟସ୍ତରୀୟ ପ୍ରଦର୍ଶନୀ, ଡକ୍ୟୁମେଣ୍ଟ୍ରି ଏବଂ ବିଭିନ୍ନ ବିକାଶମୂଳକ କାର୍ଯ୍ୟକ୍ରମ ଆୟୋଜନ ହେବ । ଏହି ଗସ୍ତ ଦ୍ୱାରା ବିଜେପି ନେତାମାନଙ୍କର ମନୋବଳ ବୃଦ୍ଧି ହେବ ବୋଲି ରାଜନୈତିକ ସମୀକ୍ଷକଙ୍କ ମତ ।
What's Your Reaction?






