ପୁରୀ ଆସୁଛନ୍ତି ଆକାଶ ଅମ୍ବାନୀ, ଆଜି ରାତିରେ କରିବେ ଶ୍ରୀଜଗନ୍ନାଥଙ୍କ ଦର୍ଶନ

ରାତି ୧୦:୪୫ରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ

May 27, 2025 - 15:46
 0  0
ପୁରୀ ଆସୁଛନ୍ତି ଆକାଶ ଅମ୍ବାନୀ, ଆଜି ରାତିରେ କରିବେ ଶ୍ରୀଜଗନ୍ନାଥଙ୍କ ଦର୍ଶନ

ଭୁବନେଶ୍ୱର: ଦେଶର ପ୍ରସିଦ୍ଧ ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ପୁଅ ଆକାଶ ଅମ୍ବାନୀ ଆଜି ରାତିରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ । ରାତି ୧୦:୪୫ ମିନିଟରେ ବିମାନବନ୍ଦରରୁ ସିଧା ପୁରୀକୁ ଯିବେ ।

ସୂତ୍ର ଅନୁଯାୟୀ, ଆକାଶ ଅମ୍ବାନୀ ରାତି ୧୧:୫୫ ରେ ଶ୍ରୀମନ୍ଦିର ପହଞ୍ଚି, ଶ୍ରୀଜଗନ୍ନାଥ, ବଳଭଦ୍ର ଓ ମା ସୁଭଦ୍ରାଙ୍କ ଦର୍ଶନ କରିବେ । ପୂଜା ଓ ଦର୍ଶନ ସମ୍ପନ୍ନ କରି ସେ ରାତି ୨:୩୦ ତାରିଖରେ ପୁଣି ଘରକୁ ଫେରିବେ ।

ଏହା ପୂର୍ବରୁ ଗତ ବର୍ଷ ଏପ୍ରିଲ ମାସରେ ଅନନ୍ତ ଅମ୍ବାନୀ ମଧ୍ୟ ପୁରୀ ଆସି ଶ୍ରୀମନ୍ଦିରରେ ଦର୍ଶନ କରିଥିଲେ । ଅମ୍ବାନୀ ପରିବାରଙ୍କର ଏହି ପ୍ରତିବାର ଶ୍ରୀମନ୍ଦିର ଦର୍ଶନ ସ୍ପଷ୍ଟ କରେ ଯେ ସେମାନଙ୍କ ଭକ୍ତି ଏବଂ ଆସ୍ଥା କେତେ ଗଭୀର । ଆକାଶଙ୍କ ଆଗମନ ଦୃଷ୍ଟିରେ ନିରାପତ୍ତା ବ୍ୟବସ୍ଥାକୁ ବୃଦ୍ଧି କରାଯାଇଛି ।

What's Your Reaction?

like

dislike

love

funny

angry

sad

wow