ଏହା ଆଦାନିଙ୍କ ସରକାର, ଜନତାଙ୍କ ନୁହେଁ" — ଓଡ଼ିଶା ସରକାରକୁ ନିଶାନା କଲେ ରାହୁଲ ଗାନ୍ଧୀ

ରଥଯାତ୍ରା ଅଘଟଣ ଓ ଡ୍ରାଇଭର ଆନ୍ଦୋଳନ ଉପରେ ଚିନ୍ତା ଜଣାଇ ରାଜ୍ୟ ସରକାର ଉପରେ ବର୍ଷିଲେ ରାହୁଲ, ୪୦ ହଜାର ମହିଳା ଗାଏବ ଅଭିଯୋଗ ମଧ୍ୟ ଉଠାଇଲେ

Jul 11, 2025 - 14:10
 0  0
ଏହା ଆଦାନିଙ୍କ ସରକାର, ଜନତାଙ୍କ ନୁହେଁ" — ଓଡ଼ିଶା ସରକାରକୁ ନିଶାନା କଲେ ରାହୁଲ ଗାନ୍ଧୀ

ଭୁବନେଶ୍ୱର :  ଭୁବନେଶ୍ୱରରେ ‘ସମ୍ବିଧାନ ବଞ୍ଚାଅ, ଦେଶ ବଞ୍ଚାଅ’ ମହାସମାବେଶରେ ଯୋଗ ଦେଇ ରାହୁଲ ଗାନ୍ଧୀ ଓଡ଼ିଶା ସରକାରଙ୍କ ବିରୋଧରେ ତୀବ୍ର ଆକ୍ରୋଶ ପ୍ରକାଶ କରିଛନ୍ତି। ସେ କହିଛନ୍ତି, "ଏହି ସରକାର ଲୋକଙ୍କ ନୁହେଁ, ଆଦାନିଙ୍କ ଭଳି କଂପାନୀ ଚଳାଉଛନ୍ତି ।"

ଓଡ଼ିଶାରେ ରଥଯାତ୍ରା ରୋକାଯିବା ଘଟଣାକୁ ଉଲ୍ଲେଖ କରି ସେ ଏହାକୁ ଲୋକଧର୍ମ ଉପରେ ଆଘାତ ବୋଲି ଆଲୋଚନା କରିଛନ୍ତି। ଡ୍ରାଇଭର ମହାସଂଘ ଆନ୍ଦୋଳନ ଉପରେ ଚାପ ପକାଯିବା ଓ ଆନ୍ଦୋଳନକୁ ଭଣ୍ଡୁର କରିବା ଚେଷ୍ଟା ହୋଇଥିବା ଅଭିଯୋଗ ମଧ୍ୟ ଆଣିଛନ୍ତି। ଏହି ପ୍ରସଙ୍ଗରେ ସେ ଡ୍ରାଇଭର ସଂଘଙ୍କୁ ଧନ୍ୟବାଦ ଜଣାଇ ସରକାରଙ୍କୁ ଦାବି ପୂରଣ କରିବା ପାଇଁ ଆହ୍ୱାନ କରିଛନ୍ତି।

ଏହି ସହିତ ରାହୁଲ ଗାନ୍ଧୀ ଦାବି କରିଛନ୍ତି ଯେ, ଓଡ଼ିଶାରେ ୪୦,୦୦୦ ଅଧିକ ମହିଳା ଗାଏବ ହୋଇଛନ୍ତି, ଯାହା ଦୁଃଖଜନକ ଓ ଦାୟିତ୍ୱହୀନ ଶାସନର ପ୍ରମାଣ। ଶେଷରେ ସେ ସଫଳ ଆନ୍ଦୋଳନ ଓ ସରକାର ବିରୋଧରେ ଲଢ଼ାଇ ଜାରି ରଖିବା ଦାବି କରିଛନ୍ତି।

What's Your Reaction?

like

dislike

love

funny

angry

sad

wow