ବୌଦ୍ଧ ଜିଲ୍ଲାରେ ମର୍ମନ୍ତୁକ ସଡ଼କ ଦୁର୍ଘଟଣା:ବାପା - ଝିଅ ମୃତ

ଦୁର୍ଘଟଣାରେ ୨ ମୃତ, ୭ ଆହତ: ମୃତକଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ଆର୍ଥିକ ସହାୟତା

May 28, 2025 - 14:44
 0  0
ବୌଦ୍ଧ ଜିଲ୍ଲାରେ ମର୍ମନ୍ତୁକ ସଡ଼କ ଦୁର୍ଘଟଣା:ବାପା - ଝିଅ ମୃତ

ଭୁବନେଶ୍ୱର – ବୌଦ୍ଧ ଜିଲ୍ଲାର ଗଉଣ୍ଡିସର ଗ୍ରାମରେ ମଙ୍ଗଳବାର ରାତିରେ ଘଟିଥିବା ଏକ ମର୍ମନ୍ତୁକ ସଡ଼କ ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ଓ ୭ ଜଣ ଆହତ ହୋଇଛନ୍ତି।

ମୃତକଙ୍କ ହେଉଛନ୍ତି ଗଜେନ୍ଦ୍ର ମଲ୍ଲିକ ଓ ତାଙ୍କ ଝିଅ ଲିପ୍ସା ମଲ୍ଲିକ। ସେମାନେ ନିକଟସ୍ଥ ଗ୍ରାମରେ ଏକ ବିବାହ ଉତ୍ସବରୁ ଘରକୁ ଫେରୁଥିବା ବେଳେ, ତାଙ୍କ ଦୁଇଚକିଆ ଗାଡ଼ି ଏକ ବିପରୀତ ଦିଗରୁ ଆସୁଥିବା ଅନ୍ୟ ଦୁଇଚକିଆ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା। 

ସୂଚନା ମିଳିବା ସହ ମୋଡେଲ୍ ପୋଲିସ୍ ଥାନାର ଟିମ୍ ଘଟଣାସ୍ଥଳକୁ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ଆହତମାନେଙ୍କୁ ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଭର୍ତ୍ତି କରାଯାଇଛି। ମୃତଦେହଗୁଡିକୁ ପୋଷ୍ଟମର୍ଟମ୍ ପାଇଁ ପଠାଯାଇଛି।

ଘଟଣା ପ୍ରତି ଓଡିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଗଭୀର ଶୋକ ପ୍ରକାଶ କରିଛନ୍ତି ଓ ମୃତକଙ୍କ ପରିବାର ପାଇଁ ମୁଖ୍ୟମନ୍ତ୍ର ୪ ଲକ୍ଷ ଟଙ୍କା ଆର୍ଥିକ ସହାୟତା ଘୋଷଣା କରିଛନ୍ତି। ତଥା, ଆହତମାନେ ଶୀଘ୍ର ଆରୋଗ୍ୟ ଲାଭ କରିବା ପାଇଁ କାମନା ମଧ୍ୟ କରିଛନ୍ତି।

ଏହି ଦୁର୍ଘଟଣା ଅଞ୍ଚଳରେ ଶୋକର ଛାୟା ଆଣିଛି, ଏବଂ ନିରାପଦ ସଢ଼କ ଚଳାଚଳ ପାଇଁ ନିୟମ କଢ଼ା କାର୍ଯ୍ୟାନୁଷ୍ଠାନ ଦାବି କରୁଛନ୍ତି ସ୍ଥାନୀୟ ଲୋକେ।

What's Your Reaction?

like

dislike

love

funny

angry

sad

wow