ନକଲି ଚାଷୀଙ୍କ ଜାଲିଆତି ଜାହିର, ଏକ ଲକ୍ଷ ଠାରୁ ଅଧିକ ଧରା ପଡ଼ିଲେ
ପ୍ରକୃତ ଚାଷୀ ହେଉଛନ୍ତି ବଞ୍ଚିତ, ସରକାର ଦେଲା କାର୍ଯ୍ୟାନୁଷ୍ଠାନର ଇସାରା

ଭୁବନେଶ୍ୱର : ରାଜ୍ୟରେ ଧାନ ନିବେଶନ ଓ ବିକ୍ରୟ ପ୍ରକ୍ରିୟାରେ ଏକ ଲକ୍ଷ ୮୧ ହଜାର ନକଲି ଚାଷୀ ଧରାପଡିଛନ୍ତି। ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ କହିଛନ୍ତି ଯେ, ଏହି ନକଲି ଚାଷୀମାନେ ବିଜେଡ଼ି ସମର୍ଥିତ ଲୋକ ଓ ଦଲାଲ ଥିଲେ, ଯେଉଁମାନେ ପୂର୍ବ ସରକାର ସମୟରୁ ମିଛ ପଞ୍ଜିକରଣ କରି ରାଜସ୍ୱ ଲୁଟ କରୁଥିଲେ।
ମନ୍ତ୍ରୀ କହିଛନ୍ତି, ପୂର୍ବତନ ଶାସନରେ ଧାନ ଚାଷ କରିନଥିବା ଲୋକମାନେ ମିଛ ରେଜିଷ୍ଟ୍ରେସନ୍ କରି ଟୋକନ ନେଇ ଧାନ ବିକ୍ରି କରୁଥିଲେ, ଯେଉଁଠାରେ ପ୍ରକୃତ ଚାଷୀ ବଞ୍ଚିତ ହେଉଥିଲେ। ଏହି ଅଭିଯୋଗ ପରେ ବିଭାଗ ତଦନ୍ତ ଆରମ୍ଭ କରିଥିଲା ଓ ବିଶେଷ ଯାଞ୍ଚ ପରେ ଏମିତି ଅସଂଖ୍ୟ ନକଲି ଚାଷୀ ବେଳିଆସିଛନ୍ତି।
ଧରାପଡ଼ିଥିବା ଚାଷୀମାନେ କାରଣ ଦର୍ଶା ନୋଟିସ ଦେଇଛନ୍ତି। ସମ୍ପୂର୍ଣ୍ଣ ତଦନ୍ତ ପରେ ଉଚିତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମନ୍ତ୍ରୀ ଦୃଢ଼ ଭାବେ କହିଛନ୍ତି।
What's Your Reaction?






