ଦିନଦହାଡ଼ି ଅପହରଣ ଉଦ୍ୟମ, ନାବାଳିକା ରକ୍ଷା ପାଇଲେ
ଢେଙ୍କାନାଳ ଟାଉନ ଥାନା ଅଞ୍ଚଳରେ ଘଟିଲା ଘଟଣା, ଅଭିଯୋଗ ଦାଖଲ

ଭୁବନେଶ୍ୱର : ଢେଙ୍କାନାଳ ଟାଉନ ଥାନା ଅନ୍ତର୍ଗତ କାରିଗର ସାହି ନିକଟରେ ଏକ ନାବାଳିକା ଛାତ୍ରୀଙ୍କୁ ଦିନଦହାଡ଼ି ଅପହରଣ କରିବା ଚେଷ୍ଟା ଘଟିଛି। ସ୍କୁଲକୁ ଯାଉଥିବା ସମୟରେ, ୫ ଜଣ ଦୁର୍ବୃତ୍ତ ଗାଡିରେ ଆସି ତାଙ୍କୁ ଜବରଦସ୍ତ ଭାବେ ବାହାରିବାକୁ ଚେଷ୍ଟା କରିଥିଲେ।
ତେବେ ନାବାଳିକା କୌଶଳ ଓ ସାହସରେ ଅପହରଣକାରୀଙ୍କ ହାତରୁ ଖସି ଆସିପାରିଛନ୍ତି। ଘଟଣା ପରେ ପରିବାର ଲୋକେ ଟାଉନ ଥାନାରେ ଲିଖିତ ଅଭିଯୋଗ ଦାଖଲ କରିଛନ୍ତି। କିଏ ଓ କାହିଁକି ଏହି ଅପହରଣ ଚେଷ୍ଟା କଲେ, ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ। ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।
What's Your Reaction?






