ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୯ ଅଭିଯୁକ୍ତ ବିରୋଧରେ ଚାର୍ଜସିଟ୍ ଦାଖଲ
୫୭୪ ପୃଷ୍ଠାର ଚାର୍ଜସିଟ୍, ଅଭିଯୁକ୍ତ ମଧ୍ୟରୁ ଜଣେ ବାଦ୍

ଭୁବନେଶ୍ୱର : ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମିରେ ଘଟିଥିବା ଗଣଦୁଷ୍କର୍ମ ମାମଲାରେ କ୍ରାଇମ୍ବ୍ରାଞ୍ଚ ଆଜି ବ୍ରହ୍ମପୁରର ଦୁଇଟି କୋର୍ଟରେ ୯ ଅଭିଯୁକ୍ତ ବିରୋଧରେ ୫୭୪ ପୃଷ୍ଠାର ଚାର୍ଜସିଟ୍ ଦାଖଲ କରିଛି। ରିତିକା ଜେନାଙ୍କ ଜେଏମଏଫଏସି କୋର୍ଟରେ ୫ ଜଣ ସାବାଳକ ଓ ଜୁଭେନାଇଲ୍ ଜଷ୍ଟିସ୍ ବୋର୍ଡ ନିକଟରେ ୪ ନାବାଳକଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ ହୋଇଛି। ମୋଟ ୧୦ ଜଣ ଅଭିଯୁକ୍ତ ମଧ୍ୟରୁ ଜଣେ ସାବାଳକ ଚାର୍ଜସିଟ୍ରୁ ବାଦ୍ ହୋଇଛନ୍ତି।
ଏହି ଘଟଣା ଜୁନ୍ ୧୫ ତାରିଖ ସଂଧ୍ୟାରେ ଘଟିଥିଲା, ଯେଉଁଠାରେ ଯୁକ୍ତି ୩ ଛାତ୍ରୀଙ୍କୁ ତାଙ୍କ ପୁରୁଷ ସାଥୀଙ୍କ ଆଗରେ ଗଣଦୁଷ୍କର୍ମ କରାଯାଇଥିଲା। ଘଟଣା ପରେ ମୁଖ୍ୟ ଅଭିଯୁକ୍ତମାନେ ଧରାପଡ଼ିଥିଲେ ଓ ମାମଲାକୁ ରେଡ୍ଫ୍ଲାଗ୍ କରି କ୍ରାଇମ୍ବ୍ରାଞ୍ଚ ହସ୍ତାନ୍ତର କରାଯାଇଥିଲା। କ୍ରାଇମ୍ବ୍ରାଞ୍ଚ ତଦନ୍ତ, ଟିଆଇ ପରେଡ୍, ବୟାନ ଓ ବୈଜ୍ଞାନିକ ପ୍ରମାଣ ଆଧାରରେ ଏହି ଚାର୍ଜସିଟ୍ ଦାଖଲ କରିଛି। ବର୍ତ୍ତମାନ ୬ ଅଭିଯୁକ୍ତ ଜେଲରେ ଓ ୪ ନାବାଳକ ବାଳ ସୁଧାର ଗୃହରେ ଅଛନ୍ତି।
What's Your Reaction?






