ରାଜ୍ୟ କ୍ୟାବିନେଟ ବୈଠକରେ ମହତ୍ତ୍ୱପୂର୍ଣ୍ଣ ୪ଟି ପ୍ରସ୍ତାବକୁ ମଞ୍ଜୁରୀ

ସହର ବିକାଶ, ଜଳସେଚନ, ବାୟୋ ଇନୋଭେସନ ଓ ନାର୍କୋଟିକସ କଣ୍ଟ୍ରୋଲ ବୋର୍ଡ଼ ସମ୍ପର୍କିତ ପ୍ରସ୍ତାବକୁ ମଞ୍ଜୁରୀ

Jun 7, 2025 - 12:30
 0  0
ରାଜ୍ୟ କ୍ୟାବିନେଟ ବୈଠକରେ ମହତ୍ତ୍ୱପୂର୍ଣ୍ଣ ୪ଟି ପ୍ରସ୍ତାବକୁ ମଞ୍ଜୁରୀ

ଭୁବନେଶ୍ୱର : ରାଜ୍ୟ କ୍ୟାବିନେଟ ବୈଠକ ଶେଷ ହେବା ପରେ ମୁଖ୍ୟ ଶାସନ ସଚିବଙ୍କ ମାଧ୍ୟମରେ ସୂଚନା ମିଳିଛି ଯେ ୪ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ମଞ୍ଜୁରୀ ଦିଆଯାଇଛି। ସେଥିରେ ସବୁଠୁ ମହତ୍ତ୍ୱପୂର୍ଣ୍ଣ ଅଟେ "ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନା", ଯାହା ୫ ବର୍ଷ ଧରି କାର୍ଯ୍ୟକାରୀ ହେବ ଓ ଏହା ପାଇଁ ୬,୧୦୦ କୋଟି ଟଙ୍କା ଖର୍ଚ୍ଚ ହେବ । ଏହି ଯୋଜନା ୨୦୨୫-୨୬ରୁ ୨୦୨୯-୩୦ ପର୍ଯ୍ୟନ୍ତ ଚାଲିବ ।

ଏହି ଯୋଜନା ମାଧ୍ୟମରେ ସହରାଞ୍ଚଳର ଭୂମି ଓ ଶ୍ରମିକଙ୍କ ପାଇଁ ଦକ୍ଷତା ବିକାଶକୁ ଗୁରୁତ୍ୱ ଦିଆଯିବ । ସହର ବିକାଶ ପାଇଁ ଏହି ଯୋଜନା ଏକ ମାଇଲଖୁଣ୍ଟ ହେବ ବୋଲି ମନ୍ତବ୍ୟ ପ୍ରକାଶ ପାଇଛି 

ଅନ୍ୟଏକ ମହତ୍ତ୍ୱପୂର୍ଣ୍ଣ ପ୍ରସ୍ତାବ ହେଉଛି ନାର୍କୋଟିକସ କଣ୍ଟ୍ରୋଲ ବୋର୍ଡ଼ ପାଇଁ ଜମି ବାବଦ ଅତିରିକ୍ତ ପ୍ରିମିୟମ ଛାଡ଼ । କ୍ୟାବିନେଟ ଏହାକୁ ୨.୬0 କୋଟି ଟଙ୍କା ଛାଡ଼ ଦେଇ ମଞ୍ଜୁରୀ ଦେଇଛି ।

ତୃତୀୟ ପ୍ରସ୍ତାବ ହେଉଛି ବାୟୋ ଇନୋଭେସନ ଯୋଜନା, ଯାହା ପାଇଁ ୧,୧୧୩ କୋଟି ଟଙ୍କା ଖର୍ଚ୍ଚ ହେବ । ଏହି ଯୋଜନା ୨୦୨୫-୨୬ରୁ ୨୦୨୯-୩୦ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେବ।

ଚତୁର୍ଥ ପ୍ରସ୍ତାବ ହେଉଛି ଗଜପତି ଜିଲ୍ଲା ଛେଳିଗଡ଼ ପ୍ରକଳ୍ପ। ଏଠାରେ ୧୫୧ କୋଟି ଟଙ୍କା ବ୍ୟୟରେ ଏକ ଡ୍ୟାମ ଓ ସ୍ପିଲୱେ ନିର୍ମାଣ ହେବ । ଏହି ପ୍ରକଳ୍ପ ପାଇଁ ଟେଣ୍ଡରକୁ କ୍ୟାବିନେଟ ଅନୁମୋଦନ ଦେଇଛି। ଏହା ମାଧ୍ୟମରେ ୬,୩୬୦ ହେକ୍ଟର ଜମିକୁ ଜଳସେଚନ ସୁବିଧା ମିଳିବ।

ଏହି ସମସ୍ତ ପ୍ରସ୍ତାବ ରାଜ୍ୟର ଉନ୍ନତି, ସହର ବିକାଶ, କୃଷି ଓ ଶିଳ୍ପକୁ ନୂଆ ଦିଗାରେ ନେଇଯିବ ବୋଲି ଅନୁମାନ କରାଯାଉଛି।

What's Your Reaction?

like

dislike

love

funny

angry

sad

wow