ଘର ଭିତରେ ନିଆଁ ଲଗାଇ ନିଜେ ଦଗ୍ଧ ହେଲେ ପୁରୁଷ
ସ୍ତ୍ରୀ ସହିତ ଝଗଡା ପରେ ଅନୁଗୁଳ ଗୀତାଗ୍ରାମରେ ମୃତ୍ୟୁ, ଦମକଳ ଓ ପୁଲିସ ପହଞ୍ଚିଲା ଘଟଣାର ତଦନ୍ତ ଜାରି

ଭୁବନେଶ୍ୱର : ଅନୁଗୁଳ ଥାନା ଅନ୍ତର୍ଗତ ଗୀତାଗ୍ରାମରେ ଏକ ଦୁଃଖଦ ଘଟଣା ଘଟିଛି। ଏଠାରେ ଘର ଭିତରେ ନିଆଁ ଲଗାଇ ଜଣେ ବ୍ୟକ୍ତି ଜୀବନ୍ତ ଦଗ୍ଧ ହୋଇଥିବା ସୂଚନା ମିଳିଛି। ମୃତ ବ୍ୟକ୍ତି ନାମ ସୁରଜ ସାହୁ ବୋଲି ପରିଚୟ ମିଳିଛି। ଖବର ମିଳିବା ସାଥି ସାଥି ଅନୁଗୁଳ ଦମକଳ ବାହିନୀ ଘଟଣା ସ୍ଥଳକୁ ପହଞ୍ଚି ନିଆଁକୁ ଆୟତ୍ତ କରିଛି।
ସ୍ଥାନୀୟ ଲୋକଙ୍କ ମତାନୁସାରେ, ଗତକାଲି ରାତିରେ ସୁରଜ ସାହୁଙ୍କର ତାଙ୍କ ସ୍ତ୍ରୀ ସହିତ ଘରେ ଝଗଡା ହୋଇଥିଲା। ଏହାପରେ ସମସ୍ତେ ଶୋଇପଡ଼ିଥିଲେ। ଆଜି ଭୋର ସାଢେ଼ ପାଞ୍ଚଟା ବେଳେ ଯେତେବେଳେ ଘର ଲୋକ ନିତ୍ୟକାର୍ଯ୍ୟରେ ବ୍ୟସ୍ତ ଥିଲେ, ସେତେବେଳେ ସୁରଜ ଘର ଭିତରେ ବାଟ ବନ୍ଦ କରି ନିଜେ ନିଆଁ ଲଗାଇ ଜୀବନ୍ତ ଦଗ୍ଧ ହୋଇଛନ୍ତି।
ଘଟଣା ସ୍ଥଳରେ ଦମକଳ ବାହିନୀ ଆସି ନିଆଁକୁ ନିୟନ୍ତ୍ରଣ କରିଥିଲେ। ନିଆଁର ପ୍ରକୋପ ବେଶି ଥିବାରୁ ଘର ପଛ ପଟର କବାଟ ଭାଙ୍ଗି ମଧ୍ୟରୁ ପ୍ରବେଶ କରି ସେମାନେ ଦଗ୍ଧ ଦେହକୁ ବାହାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ। କିନ୍ତୁ ତେବେ ସେଠାରେ ଚିକିତ୍ସକମାନେ ସୁରଜଙ୍କୁ ମୃତ ଘୋଷଣା କରିଥିଲେ।
ଘଟଣା ସମ୍ପର୍କରେ ଅନୁଗୁଳ ପୁଲିସ ତଦନ୍ତ ଆରମ୍ଭ କରିଛି। ସ୍ତ୍ରୀ ସହିତ ଝଗଡା, ମାନସିକ ଅବସ୍ଥା ଓ ପରିବାରିକ କଳହ ଏହି ଘଟଣା ପଛରେ କାରଣ ହୋଇପାରେ ବୋଲି ପୁଲିସ ପକ୍ଷରୁ ଅନୁମାନ କରାଯାଉଛି।
What's Your Reaction?






