ନବମ ଶ୍ରେଣୀ ଛାତ୍ରୀଙ୍କ ମୃତ ଶିଶୁ ପ୍ରସବ, ଦୁଇ ଯୁବକ ଅଟକ

କୁଜଙ୍ଗ ଅଞ୍ଚଳର ଘଟଣା ରାଜ୍ୟସ୍ତରରେ ସୂଚନା ଓ ଲଜ୍ଜାର କାରଣ, ମାନବିକ ଓ ଆଇନଗତ ପ୍ରଶ୍ନ ଉଠାଇଲା

Jul 28, 2025 - 14:16
 0  0
ନବମ ଶ୍ରେଣୀ ଛାତ୍ରୀଙ୍କ ମୃତ ଶିଶୁ ପ୍ରସବ, ଦୁଇ ଯୁବକ ଅଟକ

ଭୁବନେଶ୍ୱର : ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଥାନା ଅଞ୍ଚଳରେ ଘଟିଥିବା ଏକ ଚାଞ୍ଚଲ୍ୟକର ଘଟଣା ରାଜ୍ୟସ୍ତରରେ ଚର୍ଚ୍ଚାର ବିଷୟ ହୋଇଯାଇଛି। ଗଣ୍ଡକିପୁର ଅଞ୍ଚଳର ଜଣେ ନବମ ଶ୍ରେଣୀ ଛାତ୍ରୀ ଗତକାଲି ମଧ୍ୟରାତ୍ରୀରେ ଜଗତସିଂହପୁର ମେଡିକାଲରେ ଏକ ଅସଂପୂର୍ଣ୍ଣ ମୃତ ଶିଶୁ ପ୍ରସବ କରିଛନ୍ତି। ଛାତ୍ରୀଙ୍କର ସ୍ୱାସ୍ଥ୍ୟ ସ୍ଥିର ଥିବାବେଳେ, ଏହି ଘଟଣା ନେଇ ଦୁଇ ଯୁବକଙ୍କୁ ପୁଲିସ ଅଟକ କରିଛି।

ଘଟଣା ଅନୁଯାୟୀ, ଗର୍ଭବତୀ ଥିବା ଏହି ଛାତ୍ରୀଙ୍କର ରକ୍ତସ୍ରାବ ହେବା ପରେ ପ୍ରଥମେ କୁଜଙ୍ଗ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଏଠାରେ ତାଙ୍କୁ ଗର୍ଭବତୀ ବୋଲି ଚିହ୍ନଟ କରାଯିବା ପରେ, ସେଉଁଠାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ରେଫର କରାଯାଇଥିଲା, ଯେଉଁଠାରେ ସେ ମୃତ ଶିଶୁ ପ୍ରସବ କରିଥିଲେ।

ପ୍ରାରମ୍ଭିକ ତଦନ୍ତରେ ଜଣାପଡ଼ିଛି ଯେ, ଏହି ନାବାଳିକା ସହିତ ପଡ଼ୋଶର ଉପର ଶ୍ରେଣୀର ଜଣେ ଛାତ୍ରଙ୍କ ଦେଢ ବର୍ଷ ଧରି ଅନୈତିକ ସମ୍ପର୍କ ଥିଲା। ସେଠାରୁ ଏକ ମାମଲା ଯୁଭେନାଲ୍ ଆକ୍ଟ ଅନୁସାରେ ରୁଜୁ ହୋଇଥିଲା ଓ ସେ କିଛି ଦିନ ଜେଲ ରେ ରହି ଥିବା ପରେ ଜାମିନ ଉପରେ ବାହାରି ଆସିଥିଲେ। ଗତକାଲି ବିଳମ୍ବିତ ରାତିରେ ଏହି ଯୁବକଙ୍କୁ ପୁନଃ ସନ୍ଦେହର ଆଧାରରେ କୁଜଙ୍ଗ ପୁଲିସ ଧରିନେଇଛି।

ପରେ ଏହି ଘଟଣା ସହ ଦୁଆଡିଆ ବାଲିସାହି ଅଞ୍ଚଳର ଅନ୍ୟ ଜଣେ ଯୁବକ ମଧ୍ୟ ଜଡିତ ଥିବା ସନ୍ଦେହରେ ତାଙ୍କୁ ଏରସମା ଅଞ୍ଚଳରୁ ଉଠାଇ ନିଆଯାଇଛି। ଏହି ଦୁଇ ଜଣ ଯୁବକ ଏବେ ଅଟକ ରେ ରହିଛନ୍ତି ଓ ତଦନ୍ତ ଜାରି ରହିଛି।

ବିଶେଷ ସୂତ୍ର ଅନୁଯାୟୀ, ଏହି ଘଟଣା ସହିତ ଆହୁରି ଅଧିକ ବ୍ୟକ୍ତି ଜଡିତ ଥିବା ସମ୍ଭାବନା ରହିଛି। ପୁଲିସ ଏବେ ମାନସିକ ଓ ଆଇନଗତ ଦିଗରୁ ଅଧିକ ତଦନ୍ତ କରିବାକୁ ଯୋଜନା କରୁଛି।

ଏହି ଘଟଣା ଏକମାତ୍ର ନାବାଳିକା ସୁରକ୍ଷା ନୁହେଁ, ବିଦ୍ୟାଳୟ ପରିବେଶ, ପିତୃତ୍ୱ ଜଣାପଡ଼ିବାର ଓ ସାମାଜିକ ଦାୟିତ୍ୱ ବିଷୟରେ ଗଭୀର ଚିନ୍ତନ କରାଯିବା ଆବଶ୍ୟକ କରାଉଛି।

What's Your Reaction?

like

dislike

love

funny

angry

sad

wow